ନୂଆଦିଲ୍ଲୀ: ସରକାରୀ କାର୍ଯ୍ୟ ସମ୍ପାଦନ ଲାଗି ଲାଞ୍ଚ କାରବାର । ଶୁଣିବାକୁ ଏହା ଅତି ସାଧାରଣ କଥା । ବିଶ୍ୱର ଅନେକ ଦେଶରେ ଏହି ଲାଞ୍ଚ କାରବାର ହେଉଥିଲେ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଏହି ପ୍ରବୃତ୍ତି ସର୍ବାଧିକ। ଗତବର୍ଷ ଭାରତରେ ଅର୍ଦ୍ଧାଧିକ ଲୋକେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ସମ୍ପାଦନ ପାଇଁ ଲାଞ୍ଚ ଦେଇଛନ୍ତି । ଏକ ଅନଲାଇନ୍ ସର୍ବେକ୍ଷଣରେ ଏହି ଦାବି କରାଯାଉଛି। ପ୍ରାୟ ୧୦ ଜଣରେ ୫ ଜଣ ଲାଞ୍ଚ ଦେଇଥିବା ବେଳେ ୮ ଜଣ ପ୍ରାଥମିକ ସ୍ତରରେ ଉପକୃତ ହୋଇଛନ୍ତି । ସ୍ଥାନୀୟ ଥାନା, ମୁନିସିପାଲଟି ଓ ପଞ୍ଜୀକରଣ କର୍ଯ୍ୟାଳୟଗୁଡିକରେ ଏହି ଲାଞ୍ଚ କାରବାର ଅଧିକ ହୋଇଥିବା ଜଣାପଡିଛି ।
ଭାରତୀୟ ଭଷ୍ଟ୍ରାଚାର ସର୍ବେକ୍ଷଣ ଅୟୋଜନ କରୁଥିବା ‘ଲୋକାଲ ସର୍କଲ’ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ମାତ୍ର ୭ଟି ପ୍ରଶ୍ନ ଆଧାରରେ ୨୦୦ ସହରରେ କରାଯାଇଥିବା ସର୍ବେକ୍ଷଣରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଲାଞ୍ଚ ନେଇ କାମ କରିବା ପ୍ରସଙ୍ଗରେ ପ୍ରାୟ ୧ଲକ୍ଷ ଲୋକଙ୍କଠାରୁ ଉତ୍ତର ସଂଗୃହୀତ ହୋଇଛି।
୨୫ ପ୍ରତିଶତ ଲୋକେ ଏଭଳି ଅନେକ ଥର ଲାଞ୍ଚ ଦେଇଥିବା ସ୍ୱୀକାର କରିଛନ୍ତି । ସେହିପରି ୨୦ ପ୍ରତିଶତ ଲୋକେ ଗତବର୍ଷ ଥରେ ବା ୨ ଥର ଏଭଳ ଲାଞ୍ଚ ଦେଇଥିବା କହିଛନ୍ତି । ୮୫ ପ୍ରତିଶତ ଲୋକଙ୍କ ଉତ୍ତର ମୁତାବକ ଏହି ଲାଞ୍ଚ ଅର୍ଥ ସେମାନେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ସରକାରୀ କଳକୁ ପ୍ରଦାନ କରିଛନ୍ତି। ୯ ପ୍ରତିଶତ ଲୋକଙ୍କ ଉତ୍ତରରେ ସେମାନଙ୍କ ଲାଞ୍ଚ ଅର୍ଥ ରେଲୱେ, ପ୍ରୋଭିଡେନ୍ଟ ଫଣ୍ଡ, ଆୟକର ଓ ସର୍ଭିସ୍ ଟ୍ରାକ୍ସ ଭରଣା ସମ୍ପର୍କିତ ସେବା ପାଇଁ ଦିଆଯାଇଛି। ଏକ ତୃତୀୟାଂଶ ଉତ୍ତରଦାତାଙ୍କ ମତରେ ସେମାନଙ୍କ କାର୍ଯ୍ୟ ସମ୍ପାଦନ ହେବା ଲାଗି ଲାଞ୍ଚ ହିଁ ଏକମାତ୍ର ବିକଳ୍ପ । ସହିପରି ଲାଞ୍ଚ ନ ଦେଲେ କାମ ଅଯଥା ଡେରି ହେବ ନଚେତ୍ ସମ୍ପୁର୍ଣ୍ଣ ଭାବେ ଏହା ହୋଇପାରବ ନାହିଁ ବୋଲି ୨୦ ପ୍ରତିଶତ ଉତ୍ତରଦାତାଙ୍କ ମତ ।
ପୂର୍ଣ୍ଣତଃ ଦେଖିବାକୁ ଗଲେ ଗତ ୧ ବର୍ଷ ମଧ୍ୟରେ ଦୁର୍ନୀତି ରାକିବାକୁ ତୃଣମୂଳସ୍ଥରରେ ସରକାରୀ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଆଦୌ ପ୍ରଚେଷ୍ଟା କରାଯାଇନାହିଁ । ସେହିପରି ୪୨ ପ୍ରତିଶତ ଭାଗିଦାର ଦୁର୍ନୀତି ରୋକିବାକୁ ପ୍ରଚେଷ୍ଟା କରାଯାଇଥିଲେ ମଧ୍ୟ ଏହାର କୌଣସି ମାନେନାହିଁ ବୋଲି କହିଛନ୍ତି।