ନୂଆଦିଲ୍ଲୀ: ବ୍ରିକ୍ସ ସମ୍ମିଳନୀରେ ଭାରତର କୂଟନୈତିକ ବିଜୟ। ସମ୍ମିଲନୀରେ ଉଠିଥିବା ଆତଙ୍କବାଦୀ ପ୍ରସଙ୍ଗ ପରେ ପାକିସ୍ତାନକୁ କଡ଼ା ସମାଲୋଚନା କରାଯାଇଥିଲା। ସମ୍ମିଳନୀରେ ସିଧାସଳଖ ପାକିସ୍ତାନ ନାମ ନିଆଯାଇ ନଥିଲେ ମଧ୍ୟ ଇଶାରା ଇଶାରାରେ ପାକିସ୍ଥାନ ଉପରେ ଅଙ୍ଗୁଠି ଉଠିଥିଲା। ବିଶେଶ କରି ପାକିସ୍ତାନର ହକ୍କାନୀ ନେଟ୍ଓ୍ଵାର୍କ, ଲକ୍ସର୍-ଏ-ତୈବା, ଜୈସ୍-ଏ-ମହମ୍ମଦ ଏବଂ ତାଲିବାନ୍ର ଆଇଏସ୍ଆଇଏଲ୍/ଡିଏଆଇଏସ୍ଏଚ୍ ଏବଂ ଅଲ୍-କାଏଦାକୁ ଟାର୍ଗେଟ କରାଯାଇଥିଲା । ସେହିପରି ଆତଙ୍କବାଦୀମାନଙ୍କୁ ବିଶ୍ୱ ତାଲିକାଭୁକ୍ତ କରିବାକୁ ବ୍ରିକ୍ସ୍ ସଦସ୍ୟମାନଙ୍କୁ ଆହ୍ଵାନ ଦିଆଯାଇଛି। ଅନ୍ୟପକ୍ଷରେ
ବ୍ରିକ୍ସ ସଦସ୍ୟଙ୍କ ପାଇଁ ଏକ ସ୍ୱତନ୍ତ୍ର ରେଟିଂ ଏଜେନ୍ସି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ସମ୍ମିଳନୀରେ ସେ ଯୋଗ ଦେଇ କହିଛନ୍ତି, ସ୍ମାର୍ଟିସିଟି, ସହରୀକରଣ ଓ ବିପଯର୍ୟୟ ପରିଚାଳନା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ଉଚିତ୍। ସ୍କିଲ ଡେଭଲପମେଣ୍ଟ ଓ ଅନ୍ୟ ଭଲ ଭଲ ଯୋଜନାରେ ପରସ୍ପରକୁ ସହଯୋଗ କରିବାକୁ ପଡ଼ିବ। ଶସ୍ତା ଓ ନିର୍ଭରଯୋଗ୍ୟ ଶକ୍ତି ବିକାଶ ଲାଗି ଜରୁରୀ। ତେଣୁ ସୌରଶକ୍ତି ପରି ଅଣପାରମ୍ପରିକ ଶକ୍ତି କ୍ଷେତ୍ରରେ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଶ୍ୱକୁ ଅନିଶ୍ଚିତତାରୁ ରକ୍ଷା କରିବାକୁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମଧ୍ୟରେ ସହଯୋଗ ରଖି ଆର୍ଥିକ ଅଭିବୃଦ୍ଧି ଓ ସ୍ଥିରତା ବଜାୟ ରଖିବାକୁ ମଧ୍ୟ ମୋଦି କହିଛନ୍ତି ।