ବାହାଘର ସରୁ ସରୁ ନବବଧୂ ସମେତ ୪ ମୃତ

ଲୁଧିଆନା: ଆଜି ପଞ୍ଜାବରେ ଏକ ଦୁଃଖଦ ଘଟଣା ଘଟିଛି। ବାହାଘରର କିଛି ସମୟ ପରେ ନବବଧୂ ଶ୍ୱଶୁର ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ନବବଧୂଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଜୁମ ଅନସାରୀ ଯମୁନାନଗରର ହୀନା ଅନସାରୀଙ୍କୁ ବିବାହ କରି ଲୁଧିଆନା ଫେରୁଥିଲେ। ସେମାନେ ସପରିବାର ଏକ ବୋଲେରୋରେ ଲୁଧିଆନା ଫେରୁଥିବା ବେଳେ […]

swwa

Hemant Lenka
  • Published: Monday, 29 April 2019
  • , Updated: 29 April 2019, 07:10 PM IST

ଲୁଧିଆନା: ଆଜି ପଞ୍ଜାବରେ ଏକ ଦୁଃଖଦ ଘଟଣା ଘଟିଛି। ବାହାଘରର କିଛି ସମୟ ପରେ ନବବଧୂ ଶ୍ୱଶୁର ଘରକୁ ଯାଉଥିବା ବେଳେ ଅଧା ରାସ୍ତାରେ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ନବବଧୂଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବର ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଜୁମ ଅନସାରୀ ଯମୁନାନଗରର ହୀନା ଅନସାରୀଙ୍କୁ ବିବାହ କରି ଲୁଧିଆନା ଫେରୁଥିଲେ। ସେମାନେ ସପରିବାର ଏକ ବୋଲେରୋରେ ଲୁଧିଆନା ଫେରୁଥିବା ବେଳେ ଜାତୀୟ ରାଜପଥରେ ଛିଡ଼ା ହୋଇଥିବା ଏକ ହାର୍ଭେଷ୍ଟିଙ୍ଗ ମେସିନ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହୀନା ଓ ଅନ୍ୟ ୩ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିଲା। ଅଞ୍ଜୁମ ଓ ତାଙ୍କର ଦୁଇ ଭଉଣୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Related story