ମୁମ୍ବାଇ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୁଶୁଡିଲା ଓଭରବ୍ରିଜ୍। ମୁମ୍ବାଇର ଅନ୍ଧେରି ଷ୍ଟେସନ୍ରେ ଆଜି ସକାଳେ ଓଭରବ୍ରିଜର ସ୍ଲାବ ଖସିପଡିଛି। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଉଭୟେଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆଉ ୩ ଜଣଙ୍କୁ ଗୁରୁତର ଆଘାତ ଲାଗିଛି। ୧୦ରୁ ଅଧିକ ଫସିରହିଥିବା ଆଶଙ୍କା କରାଯାଉଛି।
ଅନ୍ଧେରି ଷ୍ଟେସନ୍ ପାଖରେ ଓଭରବ୍ରିଜଟି ଥିବାରୁ ଟ୍ରେନ୍ ଚଳାଚଳ ଠପ୍ ହୋଇଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ସକାଳେ ୭ ଟା ୩୦ରେ ହଠାତ ବ୍ରିଜ୍ ଖସି ପଡ଼ିଥିବା ନେଇ ସୂଚନା ମିଳିଛି।। ଘଟଣାସ୍ଥଳରେ ଏନ୍ଡି ଆର୍ ଏଫ୍, ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଯାତାୟତ ବି ବାଧାପ୍ରାପ୍ତ ହୋଇଛି । ରେଳମନ୍ତ୍ରୀ ପୀୟୁଷ ଗୋୟେଲ୍ ଅଘଟଣ ପରେ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇରେ ଗତ କିଛି ଦିନରୁ ଲଗାତାର ବର୍ଷା ହେଉଛି।
ତେବେ ପୂର୍ବରୁ ଗତ ଡିସେମ୍ବର ୨୦୧୭ରେ ମୁମ୍ବାଇର ଏଲ୍ଫିନ୍ଷ୍ଟୋନ୍ ବ୍ରିଜ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ପାଖାପାଖି ୨୩ ଜଣ ଲୋକଙ୍କ ଜୀବନ ଯାଇଥିଲା।