ବ୍ରିଟେନକୁ ଭାରତୀୟଙ୍କ ସହଜ ଯାତ୍ରା ପାଇଁ ପ୍ରତିଶ୍ରୁତି ଦେଲେ ଥେରେସା ମେ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ତାଙ୍କର ପ୍ରଥମ ଭାରତ ଯାତ୍ରା କରି ଆଜି ସକାଳେ ଇଣ୍ଡିଆ-ୟୁକେ ଟେକ୍‌ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେଇ ଥେରେସା ଭାରତ ଏବଂ ବ୍ରିଟେନ ମଧ୍ୟରେ ଖାସ୍ ସଂପର୍କ ରହିଛି ବୋଲି କହିଛନ୍ତି। ୟୁରୋପରୁ ବାହାରେ ନିଜର ପ୍ରଥମ ଯାତ୍ରାରେ ଥେରେସା ଭାରତକୁ ଚୟନ କରିଥିବାରୁ ଭାରତ ପାଇଁ ଏହା ଗର୍ବର କଥା ବୋଲି ମୋଦି କହିଛନ୍ତି। ମେକ୍‌ […]

modi-thersa-may

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 02:43 PM IST

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ତାଙ୍କର ପ୍ରଥମ ଭାରତ ଯାତ୍ରା କରି ଆଜି ସକାଳେ ଇଣ୍ଡିଆ-ୟୁକେ ଟେକ୍‌ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ଯୋଗ ଦେଇ ଥେରେସା ଭାରତ ଏବଂ ବ୍ରିଟେନ ମଧ୍ୟରେ ଖାସ୍ ସଂପର୍କ ରହିଛି ବୋଲି କହିଛନ୍ତି। ୟୁରୋପରୁ ବାହାରେ ନିଜର ପ୍ରଥମ ଯାତ୍ରାରେ ଥେରେସା ଭାରତକୁ ଚୟନ କରିଥିବାରୁ ଭାରତ ପାଇଁ ଏହା ଗର୍ବର କଥା ବୋଲି ମୋଦି କହିଛନ୍ତି।

ମେକ୍‌ ଇନ୍‌ ଇଣ୍ଡିଆରେ ଭାରତ-ୟୁକେ ସଂପର୍କରେ ପ୍ରଗାଢ଼ତା ଆଣିବାରେ ସହାୟକ ହେବ ବୋଲି ମୋଦି ଆଶା କରିଛନ୍ତି। ସେପଟେ ଭାରତ ଓ ବ୍ରିଟେନ ମଧ୍ୟରେ ଊନ୍ନତିକୁ ନେଇ ବହୁତ କିଛି ସମ୍ଭାବନା ରହିଛି ଏବଂ ଆମ ସଂପର୍କରେ ବହୁତ ସ୍ୱତନ୍ତ୍ରତା ରହିଛି ବୋଲି ଥେରେସା ମେ କହିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ବ୍ରିଟେନ ତାର ଅର୍ଥନୈତିକ ବ୍ୟବସ୍ଥା ଏବଂ ସମାଜିକ ଉନ୍ନତିରେ କାମ କରୁଛି ଏବଂ ଭାରତୀୟ ପୁଞ୍ଜି ନିବେଶରେ ଆମ ଅର୍ଥନୈତିକ ବ୍ୟବସ୍ଥାରେ ବିବିଧତା ଆସିବାରେ ସହାୟକ ହେବ। ଏହା ସହିତ ଭାରତୀୟମାନଙ୍କୁ ବ୍ରିଟେନ ଯାତ୍ରା କରିବା ସହଜ ହୋଇଯିବ। ନିୟମିତ ଅଧାରରେ ବ୍ରିଟେନ ଗସ୍ତରେ ଆସୁଥିବା ଭାରତୀୟଙ୍କ ପାଇଁ ପଞ୍ଜିକୃତ ଯାତ୍ରା ଯୋଜନା ରହିଛି।

Related story