ପ୍ରତିରକ୍ଷା କ୍ଷେତ୍ରରେ ଭାରତରେ ନିବେଶ କରିବାକୁ ବ୍ରିଟେନ୍‌ ଆଗ୍ରହୀ

ୱାସିଂଟନ୍‌:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମରୁନ୍‌ ଆଣବିକ ସୁରକ୍ଷା ବୈଠକ(ଏନ୍‌ଏସ୍‌ଏସ୍‌) ଅବସରରେ ପ୍ରତିରକ୍ଷା ଓ ମେକ୍‌ ଇନ୍‌ ଇଣ୍ଡିଆର ନିବେଶ ନେଇ ଆଲୋଚନା କରିଛନ୍ତି। ଏନ୍‌ଏସ୍‌ଏସ୍‌ ବୈଠକ ପରେ ସାଉଦୀ ଆରବ ଗସ୍ତ ପୂର୍ବରୁ ମୋଦି ଟ୍ୱିଟରରେ କହିଛନ୍ତି,“ପ୍ରତିରକ୍ଷା ଓ ମେକ୍‌ ଇଣ୍ଡିଆ ସହ ବିଭିନ୍ନ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମ୍‌ରୁନ୍‌ଙ୍କ ସହ ଆଲୋଚନା କରିଛି।” ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ସାମ୍ବାଦିକମାନଙ୍କୁ କହିଛନ୍ତି ଶୁକ୍ରବାର ଉଭୟ ନେତା […]

modi and camruun

Rakesh Mallick
  • Published: Saturday, 02 April 2016
  • , Updated: 04 May 2017, 03:44 PM IST

ୱାସିଂଟନ୍‌:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମରୁନ୍‌ ଆଣବିକ ସୁରକ୍ଷା ବୈଠକ(ଏନ୍‌ଏସ୍‌ଏସ୍‌) ଅବସରରେ ପ୍ରତିରକ୍ଷା ଓ ମେକ୍‌ ଇନ୍‌ ଇଣ୍ଡିଆର ନିବେଶ ନେଇ ଆଲୋଚନା କରିଛନ୍ତି।

ଏନ୍‌ଏସ୍‌ଏସ୍‌ ବୈଠକ ପରେ ସାଉଦୀ ଆରବ ଗସ୍ତ ପୂର୍ବରୁ ମୋଦି ଟ୍ୱିଟରରେ କହିଛନ୍ତି,“ପ୍ରତିରକ୍ଷା ଓ ମେକ୍‌ ଇଣ୍ଡିଆ ସହ ବିଭିନ୍ନ ପ୍ରସଙ୍ଗରେ ମୁଁ ପ୍ରଧାନମନ୍ତ୍ରୀ ଡେଭିଡ୍‌ କ୍ୟାମ୍‌ରୁନ୍‌ଙ୍କ ସହ ଆଲୋଚନା କରିଛି।”

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ବିକାଶ ସ୍ୱରୂପ ସାମ୍ବାଦିକମାନଙ୍କୁ କହିଛନ୍ତି ଶୁକ୍ରବାର ଉଭୟ ନେତା ଗତବର୍ଷ ଲଣ୍ଡନ ଗସ୍ତକୁ ମନେ ପକାଇଛନ୍ତି। ଏହି ସମୟରେ  ଭାରତ-ଯୁକ୍ତରାଷ୍ଟ୍ର ମଧ୍ୟରେ ୯ ବିଲିୟନ୍‌ ପାଉଣ୍ଡର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ମୋଦି କହିଛନ୍ତି,“ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ୱ ଅଧିକ ମଜଭୁତ ହେବା ସହ ସମ୍ପର୍କ ଦୃଢ ହେବ।”

ମୁଖ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତରେ ବ୍ରିଟେନ୍‌ ପକ୍ଷରୁ  ‘ମେକ୍‌ ଇନ୍‌ ଇଣ୍ଡିଆ’ କାର୍ଯ୍ୟକ୍ରମରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହାସହ ଦୁଇ ଦେଶ ମଧ୍ୟରେ ଭିସାକୁ ନେଇଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଛି ବୋଲି ସ୍ୱରୂପ କହିଛନ୍ତି।

ଲଣ୍ଡନ୍‌ ଷ୍ଟକ ଏକ୍ସଚେଞ୍ଜରେ ରୁପି ବଣ୍ଡ ପ୍ରଚଳନ ନେଇ ଗତବର୍ଷ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଉପରେ ଉଭୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଆଲୋଚନା କରିଥିଲେ। ଏହା ପ୍ରଚଳନ ହେବା ନେଇ କ୍ୟାମରୁନ୍‌ ଖୁସିବ୍ୟକ୍ତ କରିଥିଲେ।

Related story