‍‍‍‍‍‍ବ୍ରିଟିଶ ସ୍କୁଲ୍ ପରୀକ୍ଷାରେ ନୋବେଲ ଶାନ୍ତି ବିଜେତା ମଲାଲାଙ୍କ ସଫଳତା

ଲଣ୍ଡନ: ନାରୀ ଶିକ୍ଷା ପାଇଁ ଜୋର ଦେଇ ୨୦୧୨ରେ ତାଲିବାନୀଙ୍କ ଆକ୍ରମଣର ଶିକାର ହୋଇଥିବା ତଥା ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମଲାଲା ୟୁଶୁଫଜଇ ବ୍ରିଟିଶ ସ୍କୁଲ ପରୀକ୍ଷା (ଜିସିଏସଇ)ରେ କୃତିତ୍ୱ ହାସଲ କରିଛନ୍ତି। ପାକିସ୍ତାନର ଏହି ୧୮ ବର୍ଷୀୟ ଯୁବତୀ ଜଣଙ୍କ ୧୦ଟି ବିଷୟରୁ ୬ଟିରେ ଏ’ଷ୍ଟାର ଗ୍ରେଡ ରଖିଛନ୍ତି। ସେଥିମଧ୍ୟରେ ରହିଛି  ମ୍ୟାଥ୍ ଜିସିଏସଇ, ମ୍ୟାଥ ଆଇଜିସିଏସଇ, ବାୟୋଲୋଜି, କେମେଷ୍ଟ୍ରୀ, ଫିଜିକ୍ସ, ରିଲିଜିୟସ ଷ୍ଟଡି। ଏହାସହ ମାଲାଲା ଇତିହାସ, ଭୂଗୋଳ, ଇଂରାଜି ଭାଷା […]

MalalaYousafzai

Rakesh Mallick
  • Published: Saturday, 22 August 2015
  • , Updated: 04 May 2017, 03:45 PM IST

ଲଣ୍ଡନ: ନାରୀ ଶିକ୍ଷା ପାଇଁ ଜୋର ଦେଇ ୨୦୧୨ରେ ତାଲିବାନୀଙ୍କ ଆକ୍ରମଣର ଶିକାର ହୋଇଥିବା ତଥା ୨୦୧୪ରେ ନୋବେଲ ଶାନ୍ତି ପୁରସ୍କାର ପାଇଥିବା ମଲାଲା ୟୁଶୁଫଜଇ ବ୍ରିଟିଶ ସ୍କୁଲ ପରୀକ୍ଷା (ଜିସିଏସଇ)ରେ କୃତିତ୍ୱ ହାସଲ କରିଛନ୍ତି। ପାକିସ୍ତାନର ଏହି ୧୮ ବର୍ଷୀୟ ଯୁବତୀ ଜଣଙ୍କ ୧୦ଟି ବିଷୟରୁ ୬ଟିରେ ଏ’ଷ୍ଟାର ଗ୍ରେଡ ରଖିଛନ୍ତି। ସେଥିମଧ୍ୟରେ ରହିଛି  ମ୍ୟାଥ୍ ଜିସିଏସଇ, ମ୍ୟାଥ ଆଇଜିସିଏସଇ, ବାୟୋଲୋଜି, କେମେଷ୍ଟ୍ରୀ, ଫିଜିକ୍ସ, ରିଲିଜିୟସ ଷ୍ଟଡି। ଏହାସହ ମାଲାଲା ଇତିହାସ, ଭୂଗୋଳ, ଇଂରାଜି ଭାଷା ଓ ଇଂରାଜୀ ସାହିତ୍ୟରେ ଏ’ ଗ୍ରେଡ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।

[embed]https://twitter.com/ZiauddinY/status/634640098630303744[/embed]

ଏ ନେଇ ମାଲାଲାଙ୍କ ପିତା ଜିଆଉଦ୍ଦୀନ ୟୁଶଫଜାଇ ଟ୍ୱିଟ୍ କରି କହିଛନ୍ତି ସେ ଆଉ ତାଙ୍କ ସ୍ତ୍ରୀ ତୁର ମଲାଲାଙ୍କ ଏହି ସଫଳତା ପାଇଁ ଗର୍ବ ଅନୁଭବ କରୁଛନ୍ତି। ମଲାଲା କହିଛନ୍ତି, ପାକିସ୍ତାନ ପରି ବିଶ୍ୱର ସବୁ ରାଷ୍ଟ୍ରରେ ନାରୀଶିକ୍ଷା ପାଇଁ ତାଙ୍କ ଅଭିଯାନ ଜାରି ରହିବ।

Related story