ବ୍ରସେଲ୍ସ କନଫରେନ୍ସରେ ପାକ୍‌ ଉପରେ ବର୍ଷିଲେ ଏମ୍‌ଜେ ଆକବର

ନୂଆଦିଲ୍ଲୀ: ଏକ କନ୍‌ଫରେନ୍ସରେ ଯୋଗଦେବାକୁ ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ପହଞ୍ଚି ଥିବା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ଆଫଗାନିସ୍ତାନ ସମ୍ବନ୍ଧକୁ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ଆଫଗାନିସ୍ତାନକୁ ଟ୍ରାନଜିଟ୍ ଅଧିକାର ନ ଦେବାକୁ ନେଇ ଆକବର ସମାଲୋଚନା କରିଛନ୍ତି। ଆଫଗାନିସ୍ତାନର ଉନ୍ନତି ବିଷୟରେ ୟୁରୋପିଆନ ୟୁନିୟନ (ଇୟୁ) ଦ୍ୱାରା ଆୟୋଜିତ ଏହି କନଫରେନ୍ସରେ ଆକବର ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି,“ପାକିସ୍ତାନ ରାଜନୈତିକ ଉଦ୍ଦେଶ୍ୟ ରଖି ଆଫଗାନିସ୍ତାନର ଦ୍ରବ୍ୟ ଭାରତକୁ ଆସିବାକୁ ଦେଉନାହିଁ। ଟ୍ରାନଜିଟ୍ ଅଧିକାର […]

mj-akbar

Rakesh Mallick
  • Published: Wednesday, 05 October 2016
  • , Updated: 05 October 2016, 08:51 PM IST

ନୂଆଦିଲ୍ଲୀ: ଏକ କନ୍‌ଫରେନ୍ସରେ ଯୋଗଦେବାକୁ ବେଲଜିୟମର ରାଜଧାନୀ ବ୍ରସେଲ୍ସରେ ପହଞ୍ଚି ଥିବା ଭାରତର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ଜେ ଆକବର ଆଫଗାନିସ୍ତାନ ସମ୍ବନ୍ଧକୁ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି। ପାକିସ୍ତାନ ଆଫଗାନିସ୍ତାନକୁ ଟ୍ରାନଜିଟ୍ ଅଧିକାର ନ ଦେବାକୁ ନେଇ ଆକବର ସମାଲୋଚନା କରିଛନ୍ତି।

ଆଫଗାନିସ୍ତାନର ଉନ୍ନତି ବିଷୟରେ ୟୁରୋପିଆନ ୟୁନିୟନ (ଇୟୁ) ଦ୍ୱାରା ଆୟୋଜିତ ଏହି କନଫରେନ୍ସରେ ଆକବର ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି,“ପାକିସ୍ତାନ ରାଜନୈତିକ ଉଦ୍ଦେଶ୍ୟ ରଖି ଆଫଗାନିସ୍ତାନର ଦ୍ରବ୍ୟ ଭାରତକୁ ଆସିବାକୁ ଦେଉନାହିଁ। ଟ୍ରାନଜିଟ୍ ଅଧିକାର ଦିଆଯାଉ ନ ଥିବାରୁ ଆଫଗାନିସ୍ତାନର ବହୁତ କ୍ଷତି ହେଉଛି। ଏହାସତ୍ତ୍ୱେ ଭାରତ ଆଫଗାନିସ୍ତାନ ସହିତ ରହିଛି।

ସେ ଆହୁରି କହିଛନ୍ତି,“ଆଫଗାନିସ୍ତାନର ଦ୍ରବ୍ୟକୁ ଭାରତୀୟମାନେ ବହୁତ ପସନ୍ଦ କରୁଛନ୍ତି। ହେଲେ ଭାରତ-ଆଫଗାନ ମଧ୍ୟରେ ପାକିସ୍ତାନ ପ୍ରତିବନ୍ଧକ ସାଜିଛି।

ଆକବରଙ୍କ ସହିତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ମାମଲା ପରାମର୍ଶଦାତା ସରତାଜ ଅଜିଜ ଏବେ ବ୍ରସେଲ୍ସରେ ଅଛନ୍ତି। ଇୟୁ ଓ ଆଫଗାନ ସହଯୋଗକୁ ନେଇ ଆୟୋଜିତ କନଫରେନ୍ସରେ ସାମିଲ ହେବାକୁ ଉଭୟ ସେଠାକୁ ଯାଇଛନ୍ତି। ଏହି କନଫରେନ୍ସରେ ୩୦ ସଂଗଠନ ଓ ୭୦ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ଏଥିରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଗନୀ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡାକ୍ତର ଅବଦୁଲ୍ଲା ଅବଦୁଲ୍ଲା ମଧ୍ୟ ସାମିଲ ହୋଇଛନ୍ତି।

Related story