ଜମ୍ମୁ: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାନ୍ତ ଅଞ୍ଚଳରୁ ଆଜି ଗୋଟିଏ ବଡ଼ ସୁଡ଼ଙ୍ଗ ଠାବ କରାଯାଇଛି। ଜମ୍ମୁ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ଏହି ସୁଡ଼ଙ୍ଗ ଠାବ କରାଯିବା ପରେ ଯାଞ୍ଚ କାର୍ଯ୍ୟକୁ ଜୋରଦାର କରାଯାଇଛି। ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
ସୁଡ଼ଙ୍ଗ ପଟେ କେହି ଅନୁପ୍ରବେଶ କରିଛି କି ନାହିଁ କିମ୍ବା ସ୍ଥାନୀୟ ଅଞ୍ଚଳରେ ଏଭଳି ଆଉ କିଛି ଗଳିଆ ବାଟ ରହିଛି କି ନାହିଁ, ତା’ର ଛାନଭିନ କରାଯାଉଛି। ବିଏସଏଫ ଡିଜି ରାକେଶ ଆସ୍ଥାନା କହିଛନ୍ତି, ଜମ୍ମୁର ସାମ୍ବା ସେକ୍ଟର ନିକଟରେ ଥିବା ଏହି ୫୦ ମିଟର ସୁଡ଼ଙ୍ଗକୁ ବିଏସଏଫ ଯବାନମାନେ ଠାବ କରିଥିଲେ। ପ୍ୟାଟ୍ରୋଲିଂ ଚାଲିଥିବା ବେଳେ ଏହା ଯବାନମାନଙ୍କ ନଜରକୁ ଆସିଥିଲା।
ସୁଡ଼ଙ୍ଗ ଠାବ ହେବା ପରେ ପୂରା ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି। ସୁଡ଼ଙ୍ଗର ମୁହଁ ଆଗରେ ପ୍ଲାଷ୍ଟିକ ବାଲିବସ୍ତା ରଖାଯାଇଥିଲା। ଏଥିରେ ପାକିସ୍ତାନୀ ଚିହ୍ନ ରହିଛି। ତେଣୁ ଏହି ସୁଡ଼ଙ୍ଗ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି
୨୦୨୪ରେ ହୋଇଥିବା ନିର୍ବାଚନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁକରବର୍ଗ। କୋଭିଡ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାର ନିର୍ବାଚନ ହାରିଯାଇଥିଲେ ବୋଲି କହିଥିଲେ।
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
National
'ମୁଁ ଦେଶ ବଞ୍ଚାଇବାକୁ ଲଢ଼ୁଛି, କିନ୍ତୁ ରାହୁଲ ଦଳ ପାଇଁ'
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ସୋମବାର ଦିନ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ମୁଖିଆ ଆରବିନ୍ଦ କେଜ୍ରିୱାଲ୍ଙ୍କୁ କଡ଼ା ସମାଲୋଚନା କରିଥିଲେ। ଏବେ ଏହାର ପାଲଟା ଜବାବ ଦେଇଛନ୍ତି ଆପ୍ ସୁପ୍ରିମୋ।