ବିଏସଏଫ ନିକଟରେ ରହିବ ନିଜର ଅଲଗା ଏୟାର ୱିଙ୍ଗ

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତରେ ବଢିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବର୍ତ୍ତମାନ ଠାରୁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ନିକଟରେ ନିଜର ଅଲଗା ଏୟାର ୱିଙ୍ଗ ରହିବ। ଏ ସଂପର୍କରେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ବିଏସଏଫ ଡିଜିଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଡିଜି କହିଛନ୍ତି,“ମଧୁକର ଗୁପ୍ତା କମିଟିର ରିପୋର୍ଟକୁ ନେଇ ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ। କିମିଟିର […]

bsf

Rakesh Mallick
  • Published: Tuesday, 27 September 2016
  • , Updated: 27 September 2016, 06:09 PM IST

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତରେ ବଢିଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମୋଦି ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୃହ ମନ୍ତ୍ରାଳୟ ତଥ୍ୟ ଅନୁସାରେ ବର୍ତ୍ତମାନ ଠାରୁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ନିକଟରେ ନିଜର ଅଲଗା ଏୟାର ୱିଙ୍ଗ ରହିବ। ଏ ସଂପର୍କରେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହ ବିଏସଏଫ ଡିଜିଙ୍କ ସହ ଆଲୋଚନା କରିଛନ୍ତି।

ଆଲୋଚନା ପରେ ଡିଜି କହିଛନ୍ତି,“ମଧୁକର ଗୁପ୍ତା କମିଟିର ରିପୋର୍ଟକୁ ନେଇ ଗୃହମନ୍ତ୍ରୀ ଏହି ବୈଠକ ଡାକିଥିଲେ। କିମିଟିର ପରାମର୍ଶ କିପରି ଲାଗୁ କରାଯିବ ତାହା ଉପରେ ଆଲୋଚନା ହୋଇଛି। ଏଥିରେ ଏମଏଚଏର ବର୍ଡର ମ୍ୟାନେଜମେଣ୍ଟ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ।

ସୂଚନାଯୋଗ୍ୟ, ପଠାନକୋଟରେ ଆତଙ୍କବାଦୀ ଆକ୍ରମଣ ପରେ ମଧୁକର ଗୁପ୍ତାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଥିଲା। ଭାରତ-ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ନେଇ ପରାମର୍ଶ ଦେବାକୁ  କମିଟିକୁ କୁହାଯାଇଥିଲା।

Related story