ଅନୁପ୍ରବେଶ ବେଳେ ଦୁଇ ପାକିସ୍ତାନୀ ଆତଙ୍କବାଦୀ ନିହତ

ଚଣ୍ଡିଗଡ଼: ଯେତେ ଯାହା କଲେ ବି ପାକିସ୍ତାନ ସୁଧୁରିବା ପରି ମନେ ହେଉନାହିଁ। ଆତଙ୍କବାଦ ବନ୍ଦ କରିବାକୁ ଜାତିସଂଘରେ ଗତକାଲି ଭାରତ ଚେତାବନୀ ଦେବା ସହ ପାକିସ୍ତାନକୁ ଆତଙ୍କବାଦର ଚେହେରା ବୋଲି କହିଥିଲା। ହେଲେ ଏହାର କିଛି ବି ପ୍ରଭାବ ପାକିସ୍ତାନ ଉପରେ ପଡିବା ପରି ମନେ ହେଉନାହିଁ। କାରଣ ଆଜି ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ହେଲେ ସୀମା ସୁରକ୍ଷାରେ ନିୟୋଜିତ ବିଏସ୍‌ଏଫ୍‌ ଯବାନ ଏହି ଦୁଇ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 12:03 PM IST

ଚଣ୍ଡିଗଡ଼: ଯେତେ ଯାହା କଲେ ବି ପାକିସ୍ତାନ ସୁଧୁରିବା ପରି ମନେ ହେଉନାହିଁ। ଆତଙ୍କବାଦ ବନ୍ଦ କରିବାକୁ ଜାତିସଂଘରେ ଗତକାଲି ଭାରତ ଚେତାବନୀ ଦେବା ସହ ପାକିସ୍ତାନକୁ ଆତଙ୍କବାଦର ଚେହେରା ବୋଲି କହିଥିଲା। ହେଲେ ଏହାର କିଛି ବି ପ୍ରଭାବ ପାକିସ୍ତାନ ଉପରେ ପଡିବା ପରି ମନେ ହେଉନାହିଁ। କାରଣ ଆଜି ଦୁଇ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ହେଲେ ସୀମା ସୁରକ୍ଷାରେ ନିୟୋଜିତ ବିଏସ୍‌ଏଫ୍‌ ଯବାନ ଏହି ଦୁଇ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି।

ଏହି ଦୁଇ ଆତଙ୍କବାଦୀ ପଞ୍ଜାବର ତହସିଲ ଅଜନାଲ ସୀମାରେ ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରିଥିଲେ। ସେମାନଙ୍କ ପାଖରୁ ଏକେ-୪୭ ରାଇଫଲ, ୪ କିଲୋ ହେରୋଇନ୍‌, ୯ ଏମ୍‌ଏମ୍‌ ପିସ୍ତଲ, ୪ ରାଉଣ୍ଡ ଗୁଳି ମିଳିଛି। ମୃତ ଆତଙ୍କବାଦୀଙ୍କ ପାଖରୁ ପାକିସ୍ତାନର ମୋବାଇଲ, ସିମ୍‌ ଓ ୨୦,୦୦୦ ପାକିସ୍ତାନୀ ଟଙ୍କା ଜବତ କରାଯାଇଛି।

ଯବାନମାନେ ସୀମାରେ ସୁରକ୍ଷା ବଢାଇ ଦେଇଛନ୍ତି। ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏପରି ଅନୁପ୍ରବେଶ ହେବା ନେଇ ପୂର୍ବରୁ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଦେଇଥିଲା।

Related story