ମଧ୍ୟବିତ୍ତ ପରିବାରଙ୍କ ଉପରେ ଆଜିଠାରୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ଆଜିଠାରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ମଧ୍ୟବିତ୍ତ ପରିବାରଙ୍କ ଖାଇବା, ପିଇବା, ପିନ୍ଧିବା ବୁଲିବା ମହଙ୍ଗା ହେବାକୁ ଯାଉଛି। କେବଳ ଏତିକି ନୁହେଁ ମନୋରଞ୍ଜନ କ୍ଷେତ୍ର ଓ  କସ୍‌ମେଟିକ୍ ସାମଗ୍ରୀ ଉପରେ ମଧ୍ୟ ମହଙ୍ଗା ମାଡ଼ ପଡ଼ିବ। ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ ରେସ୍ତୁରାଁ ଯିବାକୁ ଚାହିଁରେ ନିଶ୍ଚିନ୍ତ ଚିନ୍ତା କରିବେ। କାରଣ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ମଲଟିପ୍ଲେକ୍ସ କିମ୍ୱା ଘରେ ବସି […]

buject

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 06:53 AM IST

ନୂଆଦିଲ୍ଲୀ: ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେଉଛି। ଆଜିଠାରୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ମଧ୍ୟବିତ୍ତ ପରିବାରଙ୍କ ଖାଇବା, ପିଇବା, ପିନ୍ଧିବା ବୁଲିବା ମହଙ୍ଗା ହେବାକୁ ଯାଉଛି। କେବଳ ଏତିକି ନୁହେଁ ମନୋରଞ୍ଜନ କ୍ଷେତ୍ର ଓ  କସ୍‌ମେଟିକ୍ ସାମଗ୍ରୀ ଉପରେ ମଧ୍ୟ ମହଙ୍ଗା ମାଡ଼ ପଡ଼ିବ।

ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ ରେସ୍ତୁରାଁ ଯିବାକୁ ଚାହିଁରେ ନିଶ୍ଚିନ୍ତ ଚିନ୍ତା କରିବେ। କାରଣ ଏଥିପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ମଲଟିପ୍ଲେକ୍ସ କିମ୍ୱା ଘରେ ବସି ଟିଭି ଦେଖିବା, ବିମାନ ଓ ରେଳ ଯାତ୍ରା ମଧ୍ୟ ମହଙ୍ଗା ହେବ।

ଗାଡ଼ି କିଣିବା ମଧ୍ୟ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଷ୍ଟକର ହୋଇପଡ଼ିବ। ଛୋଟ ଗାଡି ପରେ ୧ ପ୍ରତିଶତ ଟ୍ୟାକ୍ସ ବ‍ଢ଼ାଇ ଦିଆଯାଇଛି। ଡିଜେଲ୍‌ ଗାଡି ପରେ  ୨.୫ ପ୍ରତିଶତ ଟ୍ୟାକ୍ସ ବଢ଼ାଇ ଦିଆଯାଇଛି। ସେହିପରି  ୧୦ ଲକ୍ଷରୁ ଅଧିକ କାର୍ ମୂଲ୍ୟ ମଧ୍ୟ ବଢ଼ିଛି। ଏସ୍‌ୟୁବି କାର୍‌ ଉପରେ ୪ ପ୍ରତିଶତ ଟ୍ୟାକ୍ସ ବୃଦ୍ଧି କାର୍ ସୌଖୀନ ଲୋକଙ୍କୁ ଦୁଃଖି କରିଛି।

ସୌନ୍ଦର୍ଯ୍ୟ ସାମଗ୍ରୀ ଉପରେ ମଧ୍ୟ ସରକାର ଟ୍ୟାକ୍ସ ବଢ଼ାଇଛନ୍ତି। ଏହାସହ ସୁନା ଓ ହୀରା ଅଳଙ୍କାର, ବ୍ରାଣ୍ଡେଡ୍ ପୋଷାକ ଦର ମଧ୍ୟ ବଢିବ। ମୋବାଇଲ୍ ବିଲ୍ ଉପରେ ମଧ୍ୟ ମହଙ୍ଗା ମାଡ଼ ହୋଇଛି।

Related story