ସ୍ୱାଧୀନ ଭାରତରେ ପ୍ରଥମ: ପେପର ଲେସ୍‌ ହେବ ବଜେଟ

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୦୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତ ବର୍ଷ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ। ଏହାର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ ନାହିଁ। ଅର୍ଥ ମନ୍ତ୍ରଣାଳୟ ବଜେଟ୍‌ ୨୦୨୧ ପୁସ୍ତିକାକୁ ଛାପିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରା ବଜେଟର ବିଷୟବସ୍ତୁ ପେପର ଲେସ୍‌ […]

fa

Hemant Lenka
  • Published: Monday, 11 January 2021
  • , Updated: 11 January 2021, 04:24 PM IST

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୦୨୨ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଚଳିତ ବର୍ଷ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ ପେପର ଲେସ୍‌ ହେବ। ଏହାର ଅର୍ଥ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୌଣସି ଆଟାଜି କିମ୍ବା ଫାଇଲ ଧରି ବଜେଟ ଉପସ୍ଥାପନ କରିବେ ନାହିଁ।

ଅର୍ଥ ମନ୍ତ୍ରଣାଳୟ ବଜେଟ୍‌ ୨୦୨୧ ପୁସ୍ତିକାକୁ ଛାପିବ ନାହିଁ ବୋଲି ନିଷ୍ପତ୍ତି ନେଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂରା ବଜେଟର ବିଷୟବସ୍ତୁ ପେପର ଲେସ୍‌ ରହିବ। ସ୍ୱାଧୀନ ଭାରତ ଇତିହାସରେ ପ୍ରଥମଥର ପାଇଁ ବଜେଟ୍‌ ପୁସ୍ତିକା ଛପାଯିବନାହିଁ।

ସୂଚନା ଅନୁସାରେ, ବଜେଟ ପୁସ୍ତିକା ଛାପିବା ପାଇଁ ଅନେକ ଲୋକଙ୍କୁ କିଛି ଦିନ ପ୍ରିଣ୍ଟ ହଲରେ ରହିବାକୁ ପଡ଼ିବ।

ବଜେଟ ସଂସଦରେ ଉପସ୍ଥାପନ ହେବା ଯାଏ ୧୦୦ରୁ ଅଧିକ ଲୋକ ନର୍ଥ ବ୍ଲକର ବେସମେଣ୍ଟରେ ରହିଥାଆନ୍ତି। କିନ୍ତୁ କରୋନା ଯୋଗୁ ଚଳିତ ବର୍ଷ ଏହା ସମ୍ଭବପର ନୁହେଁ। ଏହାର ଅର୍ଥ ପ୍ରତିବର୍ଷ ପରି ଏଥର ଆଉ ହାଲୱା ଉତ୍ସବ ପାଳନ ହେବନି। କାରଣ ବଜେଟ୍‌ ପେପର ପ୍ରିଣ୍ଟିଂ ପୂର୍ବରୁ ଏହି ହାଲୱା କାର୍ଯ୍ୟକ୍ରମ କରାଯାଇଥାଏ। ଏହି କାର୍ଯ୍ୟକ୍ରମ ଜାନୁଆରୀ ୨୦ରୁ ଆରମ୍ଭ ହୋଇଥାଏ। ବଜେଟ୍‌ ତିଆରିରେ ସାମିଲ ଥିବା ସମସ୍ତ ଲୋକ ଓ ଅଧିକାରୀ ଏଥିରେ ସାମିଲ ହୋଇଥାଆନ୍ତି।

ଗତବର୍ଷ ବଜେଟକୁ ବହି-ଖାତାର ବଜେଟ କୁହାଯାଇଥିଲା। କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପାରମ୍ପରିକ ସୁଟେକସ୍‌ ବଦଳରେ ବହି ଖାତା ଧରି ବଜେଟ ଉପସ୍ଥାପନ କରିଥିଲେ। ସେ ଗତବର୍ଷ କହିଥିଲେ ଯେ ବଜେଟ ପାଇଁ କୌଣସି ପ୍ରକାରର ବହି ଖାତାର ଆବଶ୍ୟକ ଆଗକୁ ପଡ଼ିବ ନାହିଁ। ସତକୁ ସତ ଚଳିତ ବର୍ଷ ପେପର ଲେସ୍‌ ବଜେଟ ଉପସ୍ଥାପନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Related story