ବୁଦ୍ଧଙ୍କ ବାଣୀର ପ୍ରାସଙ୍ଗିକତା ଏବେବି ରହିଛି: ମୋଦି

ନୂଆଦିଲ୍ଲୀ: ଗୌତମ ବୁଦ୍ଧ ପ୍ରଚାର କରିଥିବା ବାଣୀର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି। ଆଜି ବି ସମାଜକୁ ଏହା ଅନୁପ୍ରାଣିତ କରୁଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ ବୁଦ୍ଧ ପୂର୍ଣ୍ଣିମା ଦିବସ ସମ୍ମିଳନୀକୁ ଉଦଘାଟନ କରି ସେ ଏହା କହିଥିଲେ। ଏହି ଅବସରରେ ନେପାଳରେ ଭୂକଂପରେ ପ୍ରାଣ ହରାଇଥିବା ଲୋକଙ୍କ ଉଦେ୍ଧଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ନେପାଳରେ ଲୋକମାନେ ଧୈର୍ଯ୍ୟର ସହିତ ଭୂକଂପ ମୁକାବିଲା କରିଥିବରୁ ସେମାନଙ୍କୁ ସେ ପ୍ରଶଂସା […]

modi_image

Rakesh Mallick
  • Published: Monday, 04 May 2015
  • , Updated: 04 May 2015, 09:30 AM IST

ନୂଆଦିଲ୍ଲୀ: ଗୌତମ ବୁଦ୍ଧ ପ୍ରଚାର କରିଥିବା ବାଣୀର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି। ଆଜି ବି ସମାଜକୁ ଏହା ଅନୁପ୍ରାଣିତ କରୁଛି। ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୋମବାର ନୂଆଦିଲ୍ଲୀଠାରେ ଅନ୍ତର୍ଜାତୀୟ ବୁଦ୍ଧ ପୂର୍ଣ୍ଣିମା ଦିବସ ସମ୍ମିଳନୀକୁ ଉଦଘାଟନ କରି ସେ ଏହା କହିଥିଲେ। ଏହି ଅବସରରେ ନେପାଳରେ ଭୂକଂପରେ ପ୍ରାଣ ହରାଇଥିବା ଲୋକଙ୍କ ଉଦେ୍ଧଶ୍ୟରେ ଏକ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ନେପାଳରେ ଲୋକମାନେ ଧୈର୍ଯ୍ୟର ସହିତ ଭୂକଂପ ମୁକାବିଲା କରିଥିବରୁ ସେମାନଙ୍କୁ ସେ ପ୍ରଶଂସା କରିଥିଲେ।

Related story