ନିଆଁ ଲାଗିବା ପରେ ଭୁଶୁଡ଼ି ପଡ଼ିଲା କୋଠା

ମୁମ୍ବାଇ: ଶନିବାର ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଥିବା କୋଠାରୀ କୋଠା (ଲାଇଟ୍ ଅଫ୍ ଏସିଆ ନାଁରେ ବି ଜଣାଶୁଣା) ଲାଗିଯାଇଛି। ଭୋର୍ ପ୍ରାୟ ୪ଟା ବେଳେ ଏଠାରେ ନିଆଁ ଲାଗିଥିଲା। ନିଆଁ ଲିଭା ଯାଉଥିବା ବେଳେ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ  ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ରିଟିଶ ଅମଳର ଏହି କୋଠାର ପୂରା ପାଞ୍ଚ ମହଲାରେ ନିଆଁ ଲାଗି ଯାଇଥିଲା। କୋଠାଟି ଚାରି ବର୍ଷ ହେଲା […]

building

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 09:23 AM IST

ମୁମ୍ବାଇ: ଶନିବାର ମୁମ୍ବାଇର ଫୋର୍ଟ ଅଞ୍ଚଳରେ ଥିବା କୋଠାରୀ କୋଠା (ଲାଇଟ୍ ଅଫ୍ ଏସିଆ ନାଁରେ ବି ଜଣାଶୁଣା) ଲାଗିଯାଇଛି। ଭୋର୍ ପ୍ରାୟ ୪ଟା ବେଳେ ଏଠାରେ ନିଆଁ ଲାଗିଥିଲା। ନିଆଁ ଲିଭା ଯାଉଥିବା ବେଳେ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିବାରୁ  ଦୁଇ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବ୍ରିଟିଶ ଅମଳର ଏହି କୋଠାର ପୂରା ପାଞ୍ଚ ମହଲାରେ ନିଆଁ ଲାଗି ଯାଇଥିଲା। କୋଠାଟି ଚାରି ବର୍ଷ ହେଲା ଖାଲି ପଡ଼ିଥିଲା। ନିଆଁ ଲିଭାଇବା ପାଇଁ ୧୧ଟି ଟ୍ୟାଙ୍କର ଓ ୧୫୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ନିଆଁ ଯେମିତି ଆଖପାଖ କୋଠାକୁ ନବ୍ୟାପିବ ସେଥିପ୍ରତି ଦମକଳ ବାହିନୀ କର୍ମଚାରୀମାନେ ବିଶେଷ ଧ୍ୟାନ ଦେଇଥିଲେ।

ଜଣେ ଅଗ୍ନିଶମ ଅଧିକାରୀ କହିଛନ୍ତି ଯେ ନିଆଁ ଲାଗିଥିବା ବେଳେ କୋଠା ଭିତରେ କେହି ଫସି ରହି ନଥିଲେ। କୋଠା ପୂରା ଖୋଲା ଥିଲା। ତିନି ଘଣ୍ଟା ପରିଶ୍ରମ କଲା ପରେ ଯାଇ ନିଆଁ ଲିଭିଥିଲା।

ଏହି କୋଠାଟି ବିପଦସଂକୁଳ ଅବସ୍ଥାରେ ରହିଛି। ସେଥିପାଇଁ ୪ ବର୍ଷ ତଳେ ଏହାକୁ ଖାଲି କରି ଦିଆଯାଇଥିଲା। ଏଭଳି ବିପଦସଂକୁଳ କୋଠାଗୁଡ଼ିକୁ ଭାଙ୍ଗି ଦିଆଯାଇଥାଏ। ତେବେ ମହାରାଷ୍ଟ୍ର ସରକାର କାହିଁକି କୋଠାଟିକୁ ଏବେଯାଏଁ ଏମିତି ରଖିଛନ୍ତି, ତାହା ବୁଝାପଡ଼ୁ ନାହିଁ।

Related story