ବୁଲେଟ୍‌ ଟ୍ରେନ୍‌ର ରୋମାଞ୍ଚକର ଯାତ୍ରା : ଗଡ଼ିବ ୫୦୮ କିମି : ସମୁଦ୍ର ତଳେ ୭, ସୁଡ଼ଙ୍ଗ ଭିତରେ ୨୧

ଅହମ୍ମଦାବାଦ:ଦେଶର ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି  ଅହମ୍ମଦାବାଦରେ ଶିଳାନ୍ୟାସ କରିଛନ୍ତି। ଅହମ୍ମଦାବାଦରୁ ମୁମ୍ବାଇ ୫୦୮ କିଲୋମିଟର ଦୂରତାକୁ ବୁଲେଟ୍ ଟ୍ରେନ୍ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ।  ଏହି  ପ୍ରକଳ୍ପ ପାଇଁ  ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା। ୨୦୨୩ ସୁଦ୍ଧା ଦୌଡ଼ିବ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟର […]

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 08:49 PM IST

ଅହମ୍ମଦାବାଦ:ଦେଶର ବହୁ ପ୍ରତୀକ୍ଷିତ ବୁଲେଟ୍ ଟ୍ରେନ ପ୍ରୋଜେକ୍ଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଆଜି  ଅହମ୍ମଦାବାଦରେ ଶିଳାନ୍ୟାସ କରିଛନ୍ତି। ଅହମ୍ମଦାବାଦରୁ ମୁମ୍ବାଇ ୫୦୮ କିଲୋମିଟର ଦୂରତାକୁ ବୁଲେଟ୍ ଟ୍ରେନ୍ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ।  ଏହି  ପ୍ରକଳ୍ପ ପାଇଁ  ଖର୍ଚ୍ଚ ହେବ ୧ ଲକ୍ଷ ୧୦ ହଜାର କୋଟି ଟଙ୍କା। ୨୦୨୩ ସୁଦ୍ଧା ଦୌଡ଼ିବ ଦେଶର ପ୍ରଥମ ହାଇସ୍ପିଡ୍ ଟ୍ରେନ୍ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟର ଆଜି ଶିଳାନ୍ୟାସ କରିଛନ୍ତି।  ଅହମ୍ମଦାବାଦର ସାବରମତୀ ଷ୍ଟେସନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ  ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ମୁମ୍ବାଇ ଟର୍ମିନାଲ୍ରୁ ଅହମ୍ମଦାବାଦ ଯାଏଁ ୮ ଘଣ୍ଟାର ଯାତ୍ରାକୁ ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ ଏହି ହାଇସ୍ପିଡ୍ ଟ୍ରେନ୍।  ୫୦୮ କିଲୋମିଟର ଦୀର୍ଘ ଏହି ରେଳପଥରେ ରହିବ ୧୨ଟି ଷ୍ଟେସନ।  ଟ୍ରେନର ସର୍ବାଧିକ ସ୍ପିଡ୍ ଘଣ୍ଟାପ୍ରତି ୩୨୦ କିଲୋମିଟର।  ଆଭେରେଜ୍ ସ୍ପିଡ୍ ୨୫୦ କିଲୋମିଟର ରହିବ ।

୧ଲକ୍ଷ ୧୦ ହଜାର କୋଟି ଟଙ୍କାର ଏହି ପ୍ରୋଜେକ୍ଟ ପାଇଁ ଜାପାନ ୮୮ ହଜାର କୋଟି ଟଙ୍କାର ଋଣ ଯୋଗାଇଦେବ।  ମାତ୍ର ୦.୧ ପ୍ରତିଶତ ସୁଧ ହାରରେ ୫୦ ବର୍ଷରେ ଏହି ଋଣ  ପରିଶୋଧ କରିବାକୁ ପଡ଼ିବ।  ଶିଳାନ୍ୟାସ ପରେ ମୋଦି କହିଛନ୍ତି, ବୁଲେଟ୍ ଟ୍ରେନ ଦେଶର ବିକାଶକୁ ତ୍ୱାରାନ୍ୱିତ କରିବ। ସମୁଦ୍ର, ପାହାଡ଼, ସହର ଆଦି ଅତିକ୍ରମ କରି ଏହି ପ୍ରୋଜେକ୍ଟ ଆଗକୁ ବଢିବ।  ଯେଉଁଥିରେ ରହିବ ୨୧ କିଲୋମିଟର ଲମ୍ବ ଦେଶର ଦୀର୍ଘତମ ଟନେଲ୍।  ଯାହା ମଧ୍ୟରୁ ୭ କିଲୋମିଟର ସମୁଦ୍ର ତଳେ ନିର୍ମାଣ ହେବ।

ପ୍ରକଳ୍ପର ପ୍ରଥମ କାର୍ଯ୍ୟ ହେବ ଭଦୋଦରାରେ।  ଏକ ପ୍ରଶିକ୍ଷଣ କେନ୍ଦ୍ର ନିର୍ମାଣ, ଯେଉଁଠି ୪ ହଜାରରୁ ଅଧିକ କର୍ମଚାରୀଙ୍କୁ ନୂଆ ଟେକ୍ନୋଲୋଜି ସଂପର୍କରେ ପ୍ରଶିକ୍ଷଣ ଦିଆଯିବ। ଏହି କେନ୍ଦ୍ର ପାଇଁ ବି ଆଜି ଶିଳାନ୍ୟାସ କରାଯାଇଛି । ୨୦୨୩ ସୁଦ୍ଧା ଭାରତରେ ପ୍ରଥମ ବୁଲେଟ୍ ଟ୍ରେନ୍ ଦୌଡ଼ିବ ବୋଲି ଜାପାନ ଟିମ୍ ଆକଳନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଚାହୁଁଛନ୍ତି ସ୍ବାଧୀନତାର ୭୫ ବର୍ଷ ଅର୍ଥାତ ୨୦୨୨ ଅଗଷ୍ଟ ୧୫ରେ ଏହାର ଶୁଭାରମ୍ଭ ହେଉ। ବୁଲେଟ୍ ଟ୍ରେନ୍‌ ଥରକେ ୭୫୦ ଯାତ୍ରୀଙ୍କୁ ନେଇ  ଯାତ୍ରା କରିପାରିବ। ବାର୍ଷିକ ପ୍ରାୟ ଦେଢ଼କୋଟି ଲୋକ ଏହାର ଫାଇଦା ପାଇବ॥  ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୨୦ ହଜାର ଲୋକଙ୍କୁ ନିଯୁକ୍ତି ମିଳିବ।  ପ୍ରୋଜେକ୍ଟ ନିର୍ମାଣ ଓ  ପରିଚାଳନା ନ୍ୟାସନାଲ୍ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ କରୁଥିବା ବେଳେ ବୈଷୟିକ ସହାୟତା ଯୋଗାଇ ଦେବ ଜାପାନ।

Related story