ଚୀନ: ବସରେ ନିଆଁ ଲାଗି ୧୪ ମୃତ, ୩୨ ଆହତ

ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୟିନଚୁଆନ୍ ସହରରେ ଏକ ଯାତ୍ରୀବାହୀ ବସରେ ଜଣେ ସନ୍ଦିଗ୍ଧ ନିଆଁ ଲଗାଇ ଦେବାରୁ ୧୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନିଙ୍ଗଝିଆ ଆଞ୍ଚଳିକ ସୁରକ୍ଷା ସଂସ୍ଥା ବସରେ ନିଆଁ ଲଗାଇଥିବା ସନ୍ଦିଗ୍ଧକୁ ଚିହ୍ନଟ କରିଛି। ତା ନାଁ ମା ୟାଙ୍ଗପିଙ୍ଗ। ବରିଷ୍ଠ ସୁରକ୍ଷାକର୍ମୀଙ୍କର ଉପସ୍ଥିତିରେ ସନ୍ଦିଗ୍ଧକୁ ପଚରାଉଚୁରା କରାଯାଇଛି। କେଉଁ କାରଣରୁ ବସରେ ନିଆଁ ଲାଗିଲା, ନା ଏହା ଆତଙ୍କବାଦୀ କାର୍ଯ୍ୟକଳାପ ତାହାର […]

china-arson-attack-reuters

Rakesh Mallick
  • Published: Tuesday, 05 January 2016
  • , Updated: 04 May 2017, 03:44 PM IST

ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୟିନଚୁଆନ୍ ସହରରେ ଏକ ଯାତ୍ରୀବାହୀ ବସରେ ଜଣେ ସନ୍ଦିଗ୍ଧ ନିଆଁ ଲଗାଇ ଦେବାରୁ ୧୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ନିଙ୍ଗଝିଆ ଆଞ୍ଚଳିକ ସୁରକ୍ଷା ସଂସ୍ଥା ବସରେ ନିଆଁ ଲଗାଇଥିବା ସନ୍ଦିଗ୍ଧକୁ ଚିହ୍ନଟ କରିଛି। ତା ନାଁ ମା ୟାଙ୍ଗପିଙ୍ଗ। ବରିଷ୍ଠ ସୁରକ୍ଷାକର୍ମୀଙ୍କର ଉପସ୍ଥିତିରେ ସନ୍ଦିଗ୍ଧକୁ ପଚରାଉଚୁରା କରାଯାଇଛି। କେଉଁ କାରଣରୁ ବସରେ ନିଆଁ ଲାଗିଲା, ନା ଏହା ଆତଙ୍କବାଦୀ କାର୍ଯ୍ୟକଳାପ ତାହାର ତଦନ୍ତ ଚାଲିଛି ବୋଲି ଜଣେ ବରିଷ୍ଠ ପୋଲିସ କର୍ମଚାରୀ ସୂଚନା ଦେଇଛନ୍ତି। ଏହସହ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି।

ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରଯାଇଥିବା ବେଳେ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବସରେ ନିଆଁର ପ୍ରଭାବ ଏତେ ପରିମାଣରେ ଥିଲା ଯେ, ସମଗ୍ର ଅଞ୍ଚଳ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ଏହାକୁ ଲିଭାଇବାକୁ ଚୀନ ପୋଲିସକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା। ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ।

Related story