ବ୍ରିଟିଶ ସାଂସଦଙ୍କ ଦୁବାଇ ନିର୍ବାସନକୁ କଂଗ୍ରେସ ନେତାଙ୍କ ସମର୍ଥନ, କେନ୍ଦ୍ର ମଧ୍ୟ ଦେଲା ଜବାବ

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇ ଦୁବାଇ ପଠାଇ ଦିଆଯାଇଥିବା ବ୍ରିଟିଶ ସାଂସଦ ଡେବୀ ଆବ୍ରାହାମ୍ସଙ୍କ ଉପରେ ଆଜି କଂଗ୍ରେସରୁ ମଧ୍ୟ ସମାଲୋଚନା ବର୍ଷିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି, ତାଙ୍କର ପାକିସ୍ତାନ ଏବଂ ଆଇଏସ୍‌ଆଇ ସହ ସମ୍ପର୍କ ବାବଦରେ ସମସ୍ତଙ୍କୁ ଜଣା। ଏଥିସହିତ ତାକୁ ଦୁବାଇ ପଠାଇବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସେ ସମର୍ଥନ ଦେଇଛନ୍ତି। ସେ ବ୍ରିଟିଶ ସାଂସଦ ଡେବୀଙ୍କୁ ‘ପାକିସ୍ତାନ ପ୍ରତିନିଧି’ ବୋଲି କହିଛନ୍ତି। ସେ କହିଛନ୍ତି, ତାଙ୍କୁ ଦୁବାଇ […]

Debby

Subrat Kumar Nayak
  • Published: Tuesday, 18 February 2020
  • , Updated: 18 February 2020, 04:25 PM IST

ନୂଆଦିଲ୍ଲୀ: ସୋମବାର ଦିଲ୍ଲୀ ବିମାନବନ୍ଦରରେ ଅଟକାଯାଇ ଦୁବାଇ ପଠାଇ ଦିଆଯାଇଥିବା ବ୍ରିଟିଶ ସାଂସଦ ଡେବୀ ଆବ୍ରାହାମ୍ସଙ୍କ ଉପରେ ଆଜି କଂଗ୍ରେସରୁ ମଧ୍ୟ ସମାଲୋଚନା ବର୍ଷିଛି। କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ କହିଛନ୍ତି, ତାଙ୍କର ପାକିସ୍ତାନ ଏବଂ ଆଇଏସ୍‌ଆଇ ସହ ସମ୍ପର୍କ ବାବଦରେ ସମସ୍ତଙ୍କୁ ଜଣା। ଏଥିସହିତ ତାକୁ ଦୁବାଇ ପଠାଇବା ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସେ ସମର୍ଥନ ଦେଇଛନ୍ତି।

ସେ ବ୍ରିଟିଶ ସାଂସଦ ଡେବୀଙ୍କୁ ‘ପାକିସ୍ତାନ ପ୍ରତିନିଧି’ ବୋଲି କହିଛନ୍ତି। ସେ କହିଛନ୍ତି, ତାଙ୍କୁ ଦୁବାଇ ନିର୍ବାସିତ କରିବା ଜରୁରୀ ଥିଲା। କାରଣ ସେ କେବଳ ଜଣେ ସାଂସଦ ନୁହେଁ ପାକିସ୍ତାନର ପ୍ରତିନିଧି ମଧ୍ୟ। ଭାରତର ସାର୍ବଭୌମତ୍ୱ ଉପରେ ଆକ୍ରମଣ ପାଇଁ ତାଙ୍କର ପ୍ରୟାସର ଜବାବ ମିଳିବା ଦରକାର।

ସୂଚନାଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବିମାନବନ୍ଦରରେ ଡେବୀଙ୍କୁ ଅଟକାଯିବା ସହ କୁହାଯାଇଥିଲା ତାଙ୍କର ଇ-ଭିସା ବାତିଲ କରାଯାଇଛି। ସେ ଏହା ପୂର୍ବରୁ ଅନେକ ଥର ଜମ୍ମୁ-କଶ୍ମୀର ବାବଦରେ ଏବଂ ଭାରତର ୩୭୦ ଧାରା ଉଚ୍ଛେଦ ବାବଦରେ ମତ ଦେଇଆସିଛନ୍ତି। ତାଙ୍କ ଇ-ଭିସାର ଅବଧି ଅକ୍ଟୋବର ୫ ଯାଏ ଥିଲା। କିନ୍ତୁ ଭାରତ ପକ୍ଷରୁ କୁହାଯାଇଛି, ଫେବୃଆରୀ ୧୪ ତାରିଖରେ ହିଁ ଏହାକୁ ବାତିଲ କରାଯାଇଛି।

ତେବେ ସରକାରଙ୍କ ନିଷ୍ପତ୍ତିକୁ ସଂଘଭୀ ସମର୍ଥନ ଦେଇଥିବାବେଳେ କଂଗ୍ରେସ ସାଂସଦ ଶଶି ଥରୁର ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ମୁଁ ଭାରତର ସାଂସଦ ହିସାବରେ ବ୍ରିଟେନ୍‌ ଯାଇ ଉପନିବେଶବାଦ ଦୁର୍ବ୍ୟବହାର ବାବଦରେ କହିପାରୁଛି। ଆମେ ଯାହା ପଦକ୍ଷେପ ନେଉଛେ, ସେଥିପାଇଁ ଆମେ ନିଜେ ମଧ୍ୟ ପ୍ରସ୍ତୁତ ହେବା ଦରକାର।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ତାଙ୍କର ଇ-ଭିସା ବାତିଲ ନେଇ ଆଗରୁ ସ୍ପଷ୍ଟ ଜଣାଇଦିଆଯାଇଥିଲା। ଦିଲ୍ଲୀ ବିମାନବନ୍ଦରରୁ ତାଙ୍କୁ ବ୍ରିଟେନ୍‌ ଫେରିଯିବାକୁ କୁହାଯିବା ପରଦିନ ହିଁ କୁହାଯାଇଥିଲା, ତାଙ୍କର କାର୍ଯ୍ୟକଳାପ ‘ଭାରତର ଜାତୀୟ ସ୍ୱାର୍ଥ ବିରୋଧୀ’। ମିଳିଥିବା ସୂଚନା ଅନୁଯାୟୀ ସରକାରଙ୍କ ପକ୍ଷରୁ କୁହାଯାଇଛି, ବିଜନେସ୍‌ ଭିସା ବିଜନେସ୍‌ ପାଇଁ, ବନ୍ଧୁ ଓ ପରିବାରବର୍ଗଙ୍କୁ ଭେଟିବାକୁ ହେଲେ ଅଲଗା ଭିସା କରିବାକୁ ହେବ।

Related story