‘ଜାନୁଆରୀରୁ ସିଏଏ ଲାଗୁ ହେବାର ସମ୍ଭାବନା ରହିଛି’

ନୂଆଦିଲ୍ଲୀ: ନୂଆ ବର୍ଷ (୨୦୨୧) ଆରମ୍ଭରୁ ମୋଦି ସରକାର ନାଗରିକତା ସଂଶୋଧନ ଆଇନ୍(ସିଏଏ) ଲାଗୁ କରିପାରନ୍ତି। ବିଜେପି ନେତା କୈଳାଶ ବିଜୟଭର୍ଗିଆ ଏହା କହିଛନ୍ତି। ତେଣୁ ଖୁବଶୀଘ୍ର ବାଂଲାଦେଶ ଏବଂ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ମିଳିବାକୁ ଯାଉଛି ବୋଲି ସେ କହିଛନ୍ତି। ବିଜୟଭର୍ଗିଆ ଉତ୍ତର ୨୪ ପାରଗନରେ ‘ଆର ନୋଏ’ (ଆଉ ଅନ୍ୟାୟ ନୁହେଁ) ଅଭିଯାନରେ ସମ୍ୱୋଧନ କରୁଥିବା ବେଳେ ଏହା କହିଛନ୍ତି। ପଶ୍ଚିମବଙ୍ଗର ବହୁ ଶରଣାର୍ଥୀଙ୍କୁ ବିଜେପି ନାଗରିକତ୍ୱ ପ୍ରଦାନ କରିବାକୁ ଆଗ୍ରହୀ, […]

kailash-vijay-bhargiya

Subhransu Sekhar
  • Published: Sunday, 06 December 2020
  • , Updated: 06 December 2020, 09:53 AM IST

ନୂଆଦିଲ୍ଲୀ: ନୂଆ ବର୍ଷ (୨୦୨୧) ଆରମ୍ଭରୁ ମୋଦି ସରକାର ନାଗରିକତା ସଂଶୋଧନ ଆଇନ୍(ସିଏଏ) ଲାଗୁ କରିପାରନ୍ତି। ବିଜେପି ନେତା କୈଳାଶ ବିଜୟଭର୍ଗିଆ ଏହା କହିଛନ୍ତି। ତେଣୁ ଖୁବଶୀଘ୍ର ବାଂଲାଦେଶ ଏବଂ ପାକିସ୍ଥାନରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ ମିଳିବାକୁ ଯାଉଛି ବୋଲି ସେ କହିଛନ୍ତି।

ବିଜୟଭର୍ଗିଆ ଉତ୍ତର ୨୪ ପାରଗନରେ 'ଆର ନୋଏ' (ଆଉ ଅନ୍ୟାୟ ନୁହେଁ) ଅଭିଯାନରେ ସମ୍ୱୋଧନ କରୁଥିବା ବେଳେ ଏହା କହିଛନ୍ତି। ପଶ୍ଚିମବଙ୍ଗର ବହୁ ଶରଣାର୍ଥୀଙ୍କୁ ବିଜେପି ନାଗରିକତ୍ୱ ପ୍ରଦାନ କରିବାକୁ ଆଗ୍ରହୀ, ହେଲେ ଟିଏମସି ସରକାର ଶରଣାର୍ଥୀଙ୍କ ପ୍ରତି ସହାନୁଭୂତି ଦେଖାଉନି ବୋଲି ସେ କହିଛନ୍ତି।

ପଡ଼ୋଶୀ ଦେଶରୁ ଆମ ଦେଶକୁ ଆସୁଥିବା ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ନେଇ କେନ୍ଦ୍ର ସରକାର ସିଏଏ ଆଣିଛି।

ବିଜୟଭର୍ଗିଆଙ୍କ ମନ୍ତବ୍ୟର ପାଲଟାଜବାବ ଦେଇଛନ୍ତି ଟିଏମସି ନେତା ତଥା ମନ୍ତ୍ରୀ ଫିରହାଦ୍ ହାକିମ। ସେ କହିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗର ଲୋକଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛି। ଯଦି ମଟୁଆ କମ୍ୟୁନିଟି ନାଗରିକ ନୁହଁନ୍ତି, ସେମାନେ ବିଧାନସଭା ଓ ଲୋକସଭା ନିର୍ବାଚନରେ କେମିତି ଭୋଟ ଦେଉଛନ୍ତି ବୋଲି ପଚାରିଛନ୍ତି। ବିଜେପି ପଶ୍ଚିମବଙ୍ଗ ଲୋକଙ୍କୁ ବୋକା ବନାଇବା ପ୍ରୟାସ ବନ୍ଦ କରିବା ଉଚିତ୍ ବୋଲି ସେ କହିଛନ୍ତି।

ମଟୁଆ କମ୍ୟୁନିଟି ଇଷ୍ଟ ପାକିସ୍ଥାନ (ବର୍ତ୍ତମାନର ବାଂଲାଦେଶ)ରୁ ଆସିଛନ୍ତି। ୧୯୫୦ରେ ପଶ୍ଚିମବଙ୍ଗକୁ ଏମାନେ ପଳାଇ ଆସିଥିଲେ। ଧାର୍ମିକ ନିର୍ଯାତନା ଯୋଗୁଁ ପଳାଇ ଆସିଥିଲେ ବୋଲି କୁହାଯାଏ। ପଶ୍ଚିମବଙ୍ଗରେ ପ୍ରାୟ ୩୦ ଲକ୍ଷ ଲୋକ ମଟୁଆ କମ୍ୟୁନିଟିର ବୋଲି ଜଣାପଡ଼ିଛି। ନାଦିଆ, ଉତ୍ତର ଏବଂ ଦକ୍ଷିଣ ୨୪ ପାରଗନ ଜିଲ୍ଲାର ଅତି କମରେ ଚାରିଟି ଲୋକସଭା ଆସନ ଏବଂ ୩୦-୪୦ ବିଧାନସଭା ନିର୍ବାଚନରେ ​​ଫଳାଫଳକୁ ପ୍ରଭାବିତ କରୁଥିବା ଜଣାଯାଇଛି।

Related story