ସାର୍‌ ନୁହେଁ ରାହୁଲ ଡାକିବାକୁ ଛାତ୍ରୀମାନଙ୍କୁ କଂଗ୍ରେସ ଅଧ୍ୟକ୍ଷଙ୍କ ପରାମର୍ଶ

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚେନ୍ନାଇର ଷ୍ଟେଲା ମ୍ୟାରିସ୍‌ କଲେଜ୍‌ରେ ଯୁବ ଛାତ୍ରୀମାନଙ୍କ ସହ କଥା ହେବା ବେଳେ ଏକ ଚମତ୍କାର କଥା କହିଛନ୍ତି। ରାହୁଲ ଗାନ୍ଧିଙ୍କୁ ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ସାର୍‌ ସାର୍‌ ବୋଲି ସମ୍ବୋଧନ କରୁଥିଲେ। ହେଲେ ରାହୁଲ ସେମାନଙ୍କୁ ଏପରି ନ କହି ବରଂ ରାହୁଲ ଡାକିଲେ ଭଲ ବୋଲି କହିଛନ୍ତି। ରାହୁଲଙ୍କ ଏଭଳି ବୟାନ ଶୁଣି ଛାତ୍ରୀମାନେ ରାହୁଲଙ୍କ ନାଁରେ ନାରାବାଜି କରିବା ସହ ତାଙ୍କ ପ୍ରଶଂସା କରିଥିଲେ। […]

sd

Hemant Lenka
  • Published: Wednesday, 13 March 2019
  • , Updated: 13 March 2019, 06:11 PM IST

ଚେନ୍ନାଇ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚେନ୍ନାଇର ଷ୍ଟେଲା ମ୍ୟାରିସ୍‌ କଲେଜ୍‌ରେ ଯୁବ ଛାତ୍ରୀମାନଙ୍କ ସହ କଥା ହେବା ବେଳେ ଏକ ଚମତ୍କାର କଥା କହିଛନ୍ତି।

ରାହୁଲ ଗାନ୍ଧିଙ୍କୁ ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ସାର୍‌ ସାର୍‌ ବୋଲି ସମ୍ବୋଧନ କରୁଥିଲେ। ହେଲେ ରାହୁଲ ସେମାନଙ୍କୁ ଏପରି ନ କହି ବରଂ ରାହୁଲ ଡାକିଲେ ଭଲ ବୋଲି କହିଛନ୍ତି। ରାହୁଲଙ୍କ ଏଭଳି ବୟାନ ଶୁଣି ଛାତ୍ରୀମାନେ ରାହୁଲଙ୍କ ନାଁରେ ନାରାବାଜି କରିବା ସହ ତାଙ୍କ ପ୍ରଶଂସା କରିଥିଲେ।

ଏହାପରେ ଛାତ୍ରୀମାନେ ରାହୁଲଙ୍କୁ ନାଁ ଧରି ସମ୍ବୋଧନ କରିବା ସହ ବିଭିନ୍ନ ପ୍ରଶ୍ନ କରିଥିଲେ। ରାହୁଲ ଗାନ୍ଧି ଆଜି କଲେଜରେ ଛାତ୍ରୀମାନଙ୍କ ସହ ଭାବବିନିମୟ କରିବାକୁ ସେଠାରେ ପହଞ୍ଚିଥିଲେ।

ଏଠାରେ ଛାତ୍ରୀମାନେ ରାହୁଲଙ୍କୁ ବିମୁଦ୍ରାକରଣ ଠାରୁ ଆରମ୍ଭ କରି ରବର୍ଟ ଭଦ୍ରାଙ୍କ ସମ୍ପର୍କରେ ଏକାଧିକ ପ୍ରଶ୍ନ କରିଥିଲେ। ରାହୁଲ ମଧ୍ୟ ବେଶ ଚତୁରତାର ସହ ଏଗୁଡ଼ିକର ଉତ୍ତର ଦେଇଥିଲେ। ରାହୁଲ ଆଜି କଳା ରଙ୍ଗର ଟି-ଶାର୍ଟ ଓ ଜିନ୍ସ ପିନ୍ଧି କଲେଜକୁ ଯାଇଥିଲେ। ସେ ଛାତ୍ରୀମାନଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ।

Related story