ଧାରା ୨୫୪ (୨)କୁୁ ପ୍ରଣୟନ କରି ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନକୁ ରୋକି ପାରିବେ କି?

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ କଂଗ୍ରେସ ବିରୋଧ କରୁଛି। ଏବେ ଏହି ଆଇନକୁ ବିରୋଧ କରି କଂଗ୍ରେସ ଶାସିତ ରାଜ୍ୟ ନିଜସ୍ୱ ଆଇନ୍ ଆଣିବା ଦରକାର। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ଧାରା ୨୫୪ (୨) ଅନୁଯାୟୀ ଏହି ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରର ଏହି କୃଷି ବିଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମାେଦନ ପାଇବା ପରେ ଆଇନରେ ପରଣିତ ହୋଇସାରିଛି। ଏବେ ବିତର୍କର ବିଷୟ ହେଉଛି ଯେତେବେଳେ ରାଷ୍ଟ୍ରପତିଙ୍କ […]

sonia gandhi

sonia gandhi

Subhransu Sekhar
  • Published: Tuesday, 29 September 2020
  • Updated: 29 September 2020, 12:58 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ କଂଗ୍ରେସ ବିରୋଧ କରୁଛି। ଏବେ ଏହି ଆଇନକୁ ବିରୋଧ କରି କଂଗ୍ରେସ ଶାସିତ ରାଜ୍ୟ ନିଜସ୍ୱ ଆଇନ୍ ଆଣିବା ଦରକାର। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନର ଧାରା ୨୫୪ (୨) ଅନୁଯାୟୀ ଏହି ଆଇନ ପ୍ରଣୟନ କରିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରର ଏହି କୃଷି ବିଲ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମାେଦନ ପାଇବା ପରେ ଆଇନରେ ପରଣିତ ହୋଇସାରିଛି। ଏବେ ବିତର୍କର ବିଷୟ ହେଉଛି ଯେତେବେଳେ ରାଷ୍ଟ୍ରପତିଙ୍କ ମୋହର ବାଜି ସାରିଛି ସେତେବେଳେ ରାଜ୍ୟ ଏହାକୁ ବିରୋଧ କରିପାରିବ କି?

ଅନ୍ୟପଟେ କେନ୍ଦ୍ରର କୃଷି ବିଲକୁ ବିରୋଧ କରି କଂଗ୍ରେସ ସୁପ୍ରିମକୋର୍ଟରେ ପହଞ୍ଚିଥିବା ବେଳେ କେରଳ ସରକାର ମଧ୍ୟ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛନ୍ତି।

କୌଣସି ଆଇନକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ମଧ୍ୟରେ ସହମତି ପ୍ରକାଶ ନପାଇଲେ ଏହାକୁ ଆଇନ୍ ଭାଷାରେ Doctrine of Repugnancy କୁହାଯାଏ। ସମ୍ୱିଧାନର ଅନୁଚ୍ଛେଦ ସାତ ଅନୁଯାୟୀ ତିନୋଟି ତାଲିକା ରହିଛି। କେନ୍ଦ୍ର, ରାଜ୍ୟ ଏବଂ କନକୁରେଣ୍ଟ (concurrent list) ଲିଷ୍ଟ। ଏହି କନକୁରେଣ୍ଟ ଲିଷ୍ଟରେ ଅପରାଧିକ ଆଇନ ଏବଂ ପ୍ରକ୍ରିୟା, ବିବାହ, ଛାଡପତ୍ର, ପୋଷ୍ୟ ସନ୍ତାନ, ଦେବାଳିଆ, ସାମାଜିକ ସୁରକ୍ଷା, ଶିକ୍ଷା, ବିଦ୍ୟୁତ୍ ଏବଂ କୃଷି ରହିଛି।

ଏବେ କନକୁରେଣ୍ଟ ଲିଷ୍ଟ ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ରର କୃଷି ଆଇନ ବିରୋଧରେ ରାଜ୍ୟ ବିଧାନସଭାରେ ଏହା ବିରୋଧରେ ଏକ ସଂକଳ୍ପ ବା ପ୍ରସ୍ତାବ ପାରିତ କରିପାରିବେ।  ଏଥିପାଇଁ ଧାରା ୨୫୪ (୨) ଆଇନ୍ ପ୍ରଣୟନ କରିପାରିବେ ରାଜ୍ୟ ସରକାର। ହେଲେ ରାଜ୍ୟ ବିଧାନସଭାର ଆଇନ୍ ରାଷ୍ଟ୍ରପତିଙ୍କ ବିନା ମୋହରରେ ପ୍ରଯୁଜ୍ୟ ହୋଇପାରିବ ନାହିଁ।

ତେବେ ରାଷ୍ଟ୍ରପତି ରାଜ୍ୟ ସରକାର ଦ୍ୱାରା ପାରିତ ହୋଇଥିବା ବିଲ୍ ଉପରେ ମୋହର ମାରିବେ କି ନାହିଁ ତାହା ତାଙ୍କର ଅଧିକାର। ଯଦି ରାଜ୍ୟର ବିଲକୁ କେନ୍ଦ୍ର ବିରୋଧ କରୁଥବ ତାହେଲେ ରାଷ୍ଟ୍ରପତି କେନ୍ଦ୍ର କ୍ୟାବିନେଟର ପରାମର୍ଶ ଲୋଡ଼ି ପାରିବେ। କାରଣ କେନ୍ଦ୍ର କ୍ୟାବିନେଟର ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି କାମ କରନ୍ତି।

ତେବେ ରାଷ୍ଟ୍ରପତି ଯଦି ରାଜ୍ୟ ସରକାରଙ୍କ ପ୍ରସ୍ତାବ ଉପରେ ମୋହର ନମାରିବେ ତେବେ ସଂପୃକ୍ତ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ। ତେବେ ସୁପ୍ରିମକୋର୍ଟର ଆଇନଜୀବୀ ସୁନୀଲ ଫର୍ନାଣ୍ଡେସ୍ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟ ସରକାର ଧାରା ୧୩୧ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ। ଏହି ସମୟରେ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟର ସାମ୍ୱାଧାନିକ କ୍ଷମତାକୁ ବିଚାର କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos