ଶାହଙ୍କ ଘରେ କ୍ୟାପଟେନ୍‌

ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପଞ୍ଜାବ କଂଗ୍ରେସ୍‌ ରାଜନୀତି। ଯାହା ଚର୍ଚ୍ଚା ହେଉଥିଲା ତାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଣକ୍ୟ କୁହାଯାଉଥିବା ଅମିତ୍ ଶାହଙ୍କ ଘରେ ପହଞ୍ଚିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଅମିତ୍‌ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ଭେଟିଛନ୍ତି ଅମରିନ୍ଦର ସିଂ। ଗତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଅମରିନ୍ଦର। ଅମରିନ୍ଦରଙ୍କୁ ହଟାଇ ଚରଣଜିତ […]

509

Tapas Behera
  • Published: Wednesday, 29 September 2021
  • , Updated: 29 September 2021, 06:41 PM IST

ନୂଆଦିଲ୍ଲୀ: ରୋଚକ ମୋଡ଼ରେ ପଞ୍ଜାବ କଂଗ୍ରେସ୍‌ ରାଜନୀତି। ଯାହା ଚର୍ଚ୍ଚା ହେଉଥିଲା ତାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଣକ୍ୟ କୁହାଯାଉଥିବା ଅମିତ୍ ଶାହଙ୍କ ଘରେ ପହଞ୍ଚିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ। ଅମିତ୍‌ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ଭେଟିଛନ୍ତି ଅମରିନ୍ଦର ସିଂ। ଗତ ୧୮ତାରିଖରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର। ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବାକୁ ନେଇ ଅସନ୍ତୁଷ୍ଟ ଥିଲେ ଅମରିନ୍ଦର।

ଅମରିନ୍ଦରଙ୍କୁ ହଟାଇ ଚରଣଜିତ ସିଂ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ଶାହଙ୍କୁ ଭେଟିବା ପରେ  ଅମରିନ୍ଦର ବିଜେପିରେ ମିଶିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। କଂଗ୍ରେସର ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ ।

ସେ ଅପମାନିତ ଅନୁଭବ କରିବା ପରେ ଇସ୍ତଫା ଦେଇଥିବା କହିଥିଲେ ଅମରିନ୍ଦର। ନିଜ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ । ସେ ଅଭିଯୋଗ କରିଥିଲେ ଯେ, ତାଙ୍କ ଅଗୋଚରରେ  ଗତ ୨ ମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି । ଏହା ଦ୍ୱାରା ସେ ଅପମାନିତ ଅନୁଭବ କରିଛନ୍ତି । ଅମରିନ୍ଦରଙ୍କ ପଛରେ  ୪ ମନ୍ତ୍ରୀ ଓ ୧୧ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି ।

Related story