କାର ବୋମା ବିସ୍ଫୋରଣରେ ୩୫ ମୃତ

ବାଗଦାଦ୍‌: ବାଗଦାଦ୍‌ର ସଦର ସିଟିର ସିଆ ନେବରହୁଡ଼୍‌ ବଜାରରରେ ଆଜି ଏକ କାର୍‌ ବୋମା ବିସ୍ଫୋରଣ ଘଟି ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୧ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ କିଏ କରାଇଛି ତାହା ଜଣାପଡ଼ି ନ ଥିବା ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଏହି କାଣ୍ଡ ଘଟାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ସନ୍ଦେହ କରାଯାଉଛି। ସିଆ ନେବରହୁଡ଼୍‌ ଏକ ଜନଗହଳି ସ୍ଥାନ ହୋଇଥିବାରୁ କାର୍‌ ବୋମା ବିସ୍ଫୋରଣରେ […]

baghdad

Rakesh Mallick
  • Published: Monday, 02 January 2017
  • , Updated: 04 May 2017, 03:44 PM IST

ବାଗଦାଦ୍‌: ବାଗଦାଦ୍‌ର ସଦର ସିଟିର ସିଆ ନେବରହୁଡ଼୍‌ ବଜାରରରେ ଆଜି ଏକ କାର୍‌ ବୋମା ବିସ୍ଫୋରଣ ଘଟି ୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬୧ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବିସ୍ଫୋରଣ କିଏ କରାଇଛି ତାହା ଜଣାପଡ଼ି ନ ଥିବା ବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ ଏହି କାଣ୍ଡ ଘଟାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ସନ୍ଦେହ କରାଯାଉଛି।

ସିଆ ନେବରହୁଡ଼୍‌ ଏକ ଜନଗହଳି ସ୍ଥାନ ହୋଇଥିବାରୁ କାର୍‌ ବୋମା ବିସ୍ଫୋରଣରେ ଅନେକ ଦୋକାନ ଧ୍ୱଂସ ହୋଇଯାଇଛି।

ଫ୍ରାନ୍ସ ରାଷ୍ଟ୍ରପତି ଇରାକ୍‌ରେ ପହଞ୍ଚିବା ପରେ ଏହି ବିସ୍ଫୋରଣଙ୍କ ଘଟିଥିବାରୁ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଯାଇଛି।

Related story