ସୋମାଲିଆ: ବର୍ଷ ଶେଷ ହେଉଥିବା ବେଳେ ଆତଙ୍କବାଦୀମାନେ ଏକ ବଡ଼ ଧରଣର ଦୁର୍ଘଟଣା ଘଟାଇବାରେ ସଫଳ ହୋଇଛନ୍ତି। ଆଜି ସକାଳେ ଆଫ୍ରିକାର ସୋମାଲିଆର ଜନଗହଳିପୂର୍ଣ୍ଣ ସ୍ଥାନ ମୋଗାଦିଶୁରେ ଥିବା ଏକ ଚେକ୍ ପଏଣ୍ଟରେ ଆସି ଏକ କାର୍ ଲାଗିଥିଲା। ଏହାପରେ ହଠାତ୍ କାର୍ରେ ବିସ୍ପୋରଣ ଘଟିଥିଲା। ଏହି ବିସ୍ଫୋରଣରେ ଏଯାବତ ୭୩ ଜଣଙ୍କର ମୃତ୍ୟୁ ଘଟିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ମଦିନା ହସ୍ପିଟାଲର ଡାକ୍ତର ମହମ୍ମଦ ୟୁସୁଫ କହିଛନ୍ତି। ତେବେ ଏହି ଦୁର୍ଘଟଣା ପାଇଁ କେହି ନିଜକୁ ଦାୟୀ କରି ନାହାନ୍ତି। ହେଲେ ଅଲ୍-ଶବାବ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି।
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍-କାଏଦାର ସହଯୋଗୀ ସଂଗଠନ ଅଲ-ଶବାବ। ୨୦୧୧ ପରେ ଅଲ୍ କାଏଦା ସଂଗଠନ ଏହି ସ୍ଥାନ ଛାଡ଼ି ପଳାଇଛି ହେଲେ ଏଠାରେ ନିଜର ନିୟନ୍ତ୍ରଣ ରଖିଥିବା ଜଣାପଡ଼ିଛି।
ଆହତ ଅବଦୁଲ କାଦୀର କହିଛନ୍ତି, କାର୍ରେ ବିସ୍ଫୋରଣ ଘଟିବା ପରେ ଲୋକଙ୍କର ମୃତ୍ୟୁ ହୋଇଥିଲା। ଅନେକ ନିଆଁରେ ପୋଡ଼ି ହୋଇ ଜଳିଯାଇଥିଲେ।
ସୋମାଲିର ସାଂସଦ ମହମ୍ମଦ ଅବଦିରିଜାକ କହିଛନ୍ତି, ମୃତ୍ୟୁ ସଂଖ୍ୟା ୯୦ ଛୁଇଁଲାଣି। ତେବେ ଏହା ସେ ଲୋକଙ୍କଠାରୁ ଶୁଣିଛନ୍ତି ବୋଲି କହିଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ବିଶ୍ୱବିଦ୍ୟାଳୟ ଛାତ୍ର ଅଛନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।