କେୟାର ୱାର୍ଲ୍ଡ ଟିଭି ଓ ଆସାମର ନ୍ୟୁଜ ଟାଇମ୍‌ ଟିଭି ଉପରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଏନ୍‌ଡିଟିଭି ଇଣ୍ଡିଆ ପରେ ଆଉ ଦୁଇଟି ଚ୍ୟାନେଲ ଉପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରସାରଣ ସଂପର୍କିତ ଗାଇଡଲାଇନ୍‌ ଉଲ୍ଲଂଘନ କରି ଆପତ୍ତିଜନକ ଦୃଶ୍ୟ ଦେଖାଇଥିବା ଅଭିଯୋଗରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କେୟାର ୱାର୍ଲ୍ଡ ଟିଭିକୁ ୭ ଦିନ ପାଇଁ ପ୍ରସାରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆସାମର ନ୍ୟୁଜ ଟାଇମ୍‌ ଟିଭି ଚ୍ୟାନେଲକୁ ୯ ତାରିଖରେ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେବୁଲ […]

care

Rakesh Mallick
  • Published: Sunday, 06 November 2016
  • , Updated: 06 November 2016, 04:34 PM IST

ନୂଆଦିଲ୍ଲୀ: ଏନ୍‌ଡିଟିଭି ଇଣ୍ଡିଆ ପରେ ଆଉ ଦୁଇଟି ଚ୍ୟାନେଲ ଉପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପ୍ରସାରଣ ସଂପର୍କିତ ଗାଇଡଲାଇନ୍‌ ଉଲ୍ଲଂଘନ କରି ଆପତ୍ତିଜନକ ଦୃଶ୍ୟ ଦେଖାଇଥିବା ଅଭିଯୋଗରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ କେୟାର ୱାର୍ଲ୍ଡ ଟିଭିକୁ ୭ ଦିନ ପାଇଁ ପ୍ରସାରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି।

ଗତକାଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆସାମର ନ୍ୟୁଜ ଟାଇମ୍‌ ଟିଭି ଚ୍ୟାନେଲକୁ ୯ ତାରିଖରେ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେବୁଲ ଟିଭି ରେଗୁଲେସନ ବଳରେ ଚ୍ୟାନେଲ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି। ନଭେମ୍ବର ୯ ତାରିଖ ରାତି ୧୨ଟାରୁ ୧୦ ତାରିଖ ରାତି ୧୨ ପର୍ଯ୍ୟନ୍ତ ଏହି ଟିଭି ଚ୍ୟାନେଲର ପ୍ରସାରଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ପୂର୍ବରୁ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଲାଇଭ ‌ଶୋ’ କରିଥିବା କାରଣରୁ ହିନ୍ଦୀ ନ୍ୟୁଜ ଚ୍ୟାନେଲ ଏନଡିଟିଭି ଇଣ୍ଡିଆର ପ୍ରସାରଣକୁ ଗୋଟିଏ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ଯାହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି।

Related story