'ଝିଅ' ପାଇଁ ସଙ୍କଟରେ ଇମ୍ରାନ ଖାନଙ୍କ ଚୌକି !

ଲାହୋର: ନିର୍ବାଚନ ବେଳେ ସଠିକ ତଥ୍ୟ ଉପସ୍ଥାପନ କରିନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ ତାଙ୍କ ‘ତଥାକଥିତ ସ୍ତ୍ରୀ’ଙ୍କ ଗର୍ଭରୁ ଜନ୍ମିତ ଝିଅ ସମ୍ପର୍କରେ  ନାମାଙ୍କନ ପତ୍ରରେ ଉଲ୍ଲେଖ କରିନଥିବା ଜଣାପଡିଛି । ଏହାକୁ ନେଇ ତଥ୍ୟ ଲୁଚାଇବା ଅଭିଯୋଗ କରି ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।   ଲାହୋର ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ସୋମବାର ଏହି ମାମଲାର ଶୁଣାଣି […]

imran

Hemant Lenka
  • Published: Saturday, 09 March 2019
  • , Updated: 09 March 2019, 10:42 PM IST

ଲାହୋର: ନିର୍ବାଚନ ବେଳେ ସଠିକ ତଥ୍ୟ ଉପସ୍ଥାପନ କରିନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ସେ ତାଙ୍କ ‘ତଥାକଥିତ ସ୍ତ୍ରୀ’ଙ୍କ ଗର୍ଭରୁ ଜନ୍ମିତ ଝିଅ ସମ୍ପର୍କରେ  ନାମାଙ୍କନ ପତ୍ରରେ ଉଲ୍ଲେଖ କରିନଥିବା ଜଣାପଡିଛି । ଏହାକୁ ନେଇ ତଥ୍ୟ ଲୁଚାଇବା ଅଭିଯୋଗ କରି ଲାହୋର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି ।

 

ଲାହୋର ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି ପାଇଁ ରାଜି ହୋଇଥିବା ଜଣାପଡ଼ିଛି । ସୋମବାର ଏହି ମାମଲାର ଶୁଣାଣି ହେବ । ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜ ଯୁକ୍ତି ସଠିକ ଦର୍ଶାଇ ନପାରିବେ ତାହେଲେ ତାଙ୍କ ପ୍ରଧାନମନ୍ତ୍ରୀ ପଦ ମଧ୍ୟ ଚାଲିଯାଇପାରେ ବୋଲି ସୂଚନା ରହିଛି । ପାକିସ୍ତାନର ସମ୍ବିଧାନର ୬୨ ଓ ୬୩ ଅନୁଯାୟୀ ପାକ୍ ସଂସଦର ସଦସ୍ୟ ହେବା ପୂର୍ବରୁ ଜଣେ ବ୍ୟକ୍ତି ସ୍ବଚ୍ଛ ଏବଂ ସଚ୍ଚୋଟ ହେବା ନିହାତି ଦରକାର । ଯାହାକୁ ଇମ୍ରାନ ଖାନ ଉଲ୍ଲଂଘନ କରିଛନ୍ତି ବୋଲି ଦାୟର ହୋଇଥିବା ମାମଲାରେ ଦର୍ଶାଯାଇଛି।

 

ପାକିସ୍ତାନ ସମ୍ବାଦପତ୍ର ‘ଡନ’ ଅନୁଯାୟୀ ଅନା-ଲୁଇସା (ସୀତା)ଙ୍କ ଝିଅ ଟାୟରିନ ଜେଡ ଖାନ ସୀତା ହ୍ବାଇଟ ଓ ଇମ୍ରାନ ଖାନଙ୍କ ଝିଅ ବୋଲି ଦାୟର ହୋଇଥିବା ମାମଲାରେ ଉଲ୍ଲେଖ ରହିଛି । ହେଲେ ଇମରାନ ଖାନ ୨୦୧୮ ସାଧାରଣ ନିର୍ବାଚନରେ ନିଜ ନାମାଙ୍କନ ପତ୍ରରେ ଏ ତଥ୍ୟକୁ ଲୁଚାଇଥିବା ଜଣାପଡିଛି ।

 

ସୀତା ହ୍ବାଇଟ୍ ଇମରାନ ଖାନଙ୍କ ପୂର୍ବତନ ପ୍ରେମିକା। ବିଭିନ୍ନ ସମୟରେ ସୀତା ହ୍ବାଇଟଙ୍କ ସହ ସମ୍ପର୍କକୁ ନେଇ ଇମ୍ରାନ ଖାନ ଚର୍ଚ୍ଚାରେ ରହିଆସିଛନ୍ତି । ହେଲେ ନିଜ ସମ୍ପର୍କକୁ ନେଇ ସେ କେବେ ମୁହଁ ଖୋଲି ନହାନ୍ତି । ହେଲେ ସୀତା ହ୍ବାଇଟ ଝିଅ ଟାୟରିୟନଙ୍କୁ ଇମରାନ ଖାନଙ୍କ ବାୟୋଲଜିକାଲ ଝିଅ ବୋଲି ପୂର୍ବରୁ କହିଥିଲେ । ସୂଚନାଯୋଗ୍ୟ, ସୀତା ହ୍ବାଇଟଙ୍କର ମୃତ୍ୟୁ ହୋଇଯାଇଛି । ତେବେ ସୋମବାର ଦିନ ଇମ୍ରାନ ଓ ହ୍ବାଇଟଙ୍କ ମଧ୍ଯରେ ଥିବା ସମ୍ପର୍କର ପ୍ରମାଣ ଆବେଦନକାରୀ ରଖିବେ  ବୋଲି କୁହାଯାଇଛି। ଇମ୍ରାନ ଖାନ କୋର୍ଟରେ ନିଜ ପକ୍ଷ ରଖି କଣ କହିବେ ତା' ଉପରେ ସମସ୍ତଙ୍କ ନଜର ରହିଛି ।

 

Related story