ମୋଦିଙ୍କ ରାଲି ପୂର୍ବରୁ ଜବତ ହେଲା ୧.୮ କୋଟି ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶରେ ନିର୍ବାଚନୀ ସଭା କରିବା ପୂର୍ବରୁ ସ୍ଥାନୀୟ ଏକ ଗେଷ୍ଟ ହାଉସ୍‌ ନିକଟ କାରରୁ ୧.୮ କୋଟି ଟଙ୍କାର ପୁଲିସ୍‌ ଜବତ କରିଥିଲା। ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଏହି ଟଙ୍କା ଭୋଟରମାନଙ୍କୁ ମୋଦିଙ୍କ ସଭା ପରେ ଦିଆଯାଇଥାଆନ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ ଯେଉଁ କାରରେ ଏହି ଟଙ୍କା ଆସିଥିଲା,ସେଗୁଡ଼ିକ ବିଜେପି କନଭୟରେ ସାମିଲ ଥିଲା। ତେଣୁ ନିର୍ବାଚନ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

s

Hemant Lenka
  • Published: Wednesday, 03 April 2019
  • , Updated: 03 April 2019, 05:27 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶରେ ନିର୍ବାଚନୀ ସଭା କରିବା ପୂର୍ବରୁ ସ୍ଥାନୀୟ ଏକ ଗେଷ୍ଟ ହାଉସ୍‌ ନିକଟ କାରରୁ ୧.୮ କୋଟି ଟଙ୍କାର ପୁଲିସ୍‌ ଜବତ କରିଥିଲା। ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ଜବତ ହୋଇଥିବା ଏହି ଟଙ୍କା ଭୋଟରମାନଙ୍କୁ ମୋଦିଙ୍କ ସଭା ପରେ ଦିଆଯାଇଥାଆନ୍ତା ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ କହିଛି ଯେ ଯେଉଁ କାରରେ ଏହି ଟଙ୍କା ଆସିଥିଲା,ସେଗୁଡ଼ିକ ବିଜେପି କନଭୟରେ ସାମିଲ ଥିଲା। ତେଣୁ ନିର୍ବାଚନ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ ଓ ତାଙ୍କ ଡେପୁଟିଙ୍କ ନାଁରେ ମାମଲା ରୁଜୁ କରିବାକୁ କଂଗ୍ରେସ ଦାବି କରିଛି।

ଗତକାଲି ମଧ୍ୟରାତ୍ରିରେ ଦୁଇଟି କାରରେ ଏତେ ପରିମାଣର ଟଙ୍କା ଆସିଥିଲା। ଏହି କାର ଦୁଇଟି ପସିଘାଟଠାରେ ଥିବା ସିଆଙ୍ଗ ଗେଷ୍ଟ ଆଉଟ୍‌ ନିକଟରେ ଛିଡ଼ା ହୋଇଥିବା ବେଳେ କଂଗ୍ରେସ କର୍ମୀମାନେ ଏହାକୁ ଠାବ କରିଥିଲେ। ଗୋଟିଏ କାରରେ ୧ କୋଟି ଟଙ୍କା ଥିବା ବେଳେ ବାକି ଟଙ୍କା ଅନ୍ୟ କାରରେ ରହିଥିଲା।

୧ କୋଟି ଟଙ୍କା ଯେଉଁ କାରରୁ ମିଳିଛି, ସେଇଟା ମେବୋରୁ ବିଜେପିର ବିଧାନସଭା ପ୍ରାର୍ଥୀ ହୋଇଥିବା ଡା.ଡେଙ୍ଗି ପ୍ରେମେଙ୍କର ବୋଲି କଂଗ୍ରେସ କହିଛି। ସେହିପରି ୮୦ ଲକ୍ଷ ଟଙ୍କା ଠାବ ହୋଇଥିବା କାରଟି ରାଜ୍ୟ ପରିବହନ ବିଭାଗର। କିନ୍ତୁ ଏହାକୁ ଅରୁଣାଚଳ ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ଭୋଟ ପାଇଁ କୌଣସି ଟଙ୍କା ବାଣ୍ଟିବାକୁ ଅଣାଯାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ କହିଛନ୍ତି।

Related story