ଦୁର୍ଗାପୂଜା କମିଟିକୁ ଆଇଟି ନୋଟିସ୍‌ ଖବର ମିଛ: ସିବିଡିଟି

କୋଲକାତା: କୋଲକତାର ଦୁର୍ଗାପୂଜା କମିଟିଗୁଡ଼ିକୁ ଆୟକର ବିଭାଗ ପକ୍ଷରୁ ନୋଟିସ ଦିଆଯିବା ଖବରକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସନ୍‌ ବା ସିବିଡିଟି। ଏ ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଖବର ମିଛ ବୋଲି ଏକ ବିବୃତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଖବର ଆଧାରରେ ହିଁ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର କେନ୍ଦ୍ର ବିରୋଧୀ ରାଜନୀତି ଆରମ୍ଭ କରିଦେଇଛି। ସିବିଡିଟି ପକ୍ଷରୁ କୁହାଯାଇଛି, “ଏହି ସବୁ ରିପୋର୍ଟରେ ଦର୍ଶାଯାଇଛି […]

durga

Subrat Kumar Nayak
  • Published: Tuesday, 13 August 2019
  • , Updated: 13 August 2019, 09:35 PM IST

କୋଲକାତା: କୋଲକତାର ଦୁର୍ଗାପୂଜା କମିଟିଗୁଡ଼ିକୁ ଆୟକର ବିଭାଗ ପକ୍ଷରୁ ନୋଟିସ ଦିଆଯିବା ଖବରକୁ ଖଣ୍ଡନ କରିଛି ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟାକ୍ସେସନ୍‌ ବା ସିବିଡିଟି। ଏ ସମ୍ପର୍କରେ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଖବର ମିଛ ବୋଲି ଏକ ବିବୃତିରେ କୁହାଯାଇଛି। ସୂଚନାଯୋଗ୍ୟ ଯେ, ଏହି ଖବର ଆଧାରରେ ହିଁ ପଶ୍ଚିମବଙ୍ଗରେ କ୍ଷମତାସୀନ ତୃଣମୂଳ କଂଗ୍ରେସ ସରକାର କେନ୍ଦ୍ର ବିରୋଧୀ ରାଜନୀତି ଆରମ୍ଭ କରିଦେଇଛି।

ସିବିଡିଟି ପକ୍ଷରୁ କୁହାଯାଇଛି, “ଏହି ସବୁ ରିପୋର୍ଟରେ ଦର୍ଶାଯାଇଛି ଯେ ଗତ କିଛି ସପ୍ତାହ ମଧ୍ୟରେ ଦୁର୍ଗା ପୂଜା କମିଟି ମିଳିତ ମଞ୍ଚକୁ ଆୟକର ନୋଟିସ୍‌ ଜାରି ହୋଇଛି। ଏପରି ଖବର ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ବିଭାଗ ପକ୍ଷରୁଏହାକୁ ଦୃଢ଼ ଭାବେ ଖଣ୍ଡନ କରାଯାଇଛି। ଚଳିତବର୍ଷ ଦୁର୍ଗାପୂଜା କମିଟି ମିଳିତ ମଞ୍ଚକୁ କୌଣସି ନୋଟିସ୍‌ ଦିଆଯାଇନଥିବା ବିଭାଗ ପକ୍ଷରୁ ସ୍ପଷ୍ଟ ଭାବେ ସୂଚିତ କରାଯାଇଛି।”

ସିବିଡିଟି ପକ୍ଷରୁ କୁହାଯାଇଛି, ବିଭିନ୍ନ ପୂଜା ସମିତି ପାଇଁ କାର୍ଯ୍ୟ କରୁଥିବା କେତେଜଣ ଠିକାଦାର ଜରୁରୀ ଟିକସ ପଇଠ କରୁନଥିବା ନେଇ ସୂଚନା ରହିଥିଲା। ଏହି କାରଣରୁ ଆୟକର ଆଇନ ୧୯୬୧ର ଧାରା ୧୩୩(୬) ଅନୁଯାୟୀ ଠିକାଦାର, ଇଭେଣ୍ଟ ମ୍ୟାନେଜର ମାନଙ୍କୁ ଦିଆଯାଉଥିବା ଅର୍ଥର ଉତ୍ସରୁ ଟିକସ ବା ଟିଡିଏସ୍‌ କଟାଯିବା ପାଇଁ କୁହାଯିବା ସହ ପାଖାପାଖି ୩୦ଟି ପୂଜା କମିଟିକୁ ଡିସେମ୍ବର ୨୦୧୮ରେ ଟିଡିଏସ୍‌ ବିବରଣୀ ମଗାଯାଇଥିଲା। ବିଭିନ୍ନ ପୂଜା କମିଟି ପାଇଁ କାର୍ଯ୍ୟ କରୁଥିବା ଠିକାଦାର ଏବଂ ଇଭେଣ୍ଟ ମ୍ୟାନେଜର ଯେପରି ସେମାନଙ୍କ ଟିକସ ନିର୍ଦ୍ଧାରିତ ସମୟରେ ଦେଇପାରିବେ ସେହି ଉଦ୍ଦେଶ୍ୟରେ ଆୟକର ବିଭାଗର ଟିଡିଏସ୍‌ ବିଭାଗ ପକ୍ଷରୁଏହି ପଦକ୍ଷେପ ନିଆଯାଇଥିଲା ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି। ଏହି ନୋଟିସ୍‌ ପରେ ଅଧିକାଂଶ ପୂଜା କମିଟି ଟିକସ କାଟ୍‌ କରି ଏବଂ ଏହାକୁ ସରକାରୀ ଖାତାରେ ଜମା କରାଯାଇଥିବା ସମ୍ପର୍କରେ ପ୍ରମାଣ ଦାଖଲ କରିଥିଲେ।

Related story