ନାଗେଶ୍ୱରଙ୍କୁ ଦଣ୍ଡ ଦେଲେ ସୁପ୍ରିମ୍‌କୋର୍ଟ: ଜରିମାନା ଦେବେ,ଦିନ ସାରା କୋର୍ଟରେ ବସି ରହିବେ

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଶେଲ୍‌ଟର ହୋମ୍ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଥିବା ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍‌ର ଆଇପିଏସ୍‌ ଏମ୍‌. ନାଗେଶ୍ୱର ରାଓଙ୍କୁ ଦଣ୍ଡ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ମଙ୍ଗଳବାର ଏହି ଘଟଣାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କର (ନାଗେଶ୍ୱର ରାଓ) ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ଅଗ୍ରାହ୍ୟ କରି ଦେଇଥିଲେ। ତା’ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ […]

naga

Jitendra Garnayak
  • Published: Tuesday, 12 February 2019
  • , Updated: 12 February 2019, 12:44 PM IST

ନୂଆଦିଲ୍ଲୀ: ବିହାରର ମୁଜାଫରପୁର ଶେଲ୍‌ଟର ହୋମ୍ ଯୌନ ଉତ୍ପୀଡ଼ନ ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଥିବା ସିବିଆଇର ପୂର୍ବତନ ଅନ୍ତରୀଣ ନିର୍ଦ୍ଦେଶକ ତଥା ଓଡ଼ିଶା କ୍ୟାଡର୍‌ର ଆଇପିଏସ୍‌ ଏମ୍‌. ନାଗେଶ୍ୱର ରାଓଙ୍କୁ ଦଣ୍ଡ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ମଙ୍ଗଳବାର ଏହି ଘଟଣାର ଶୁଣାଣି କରି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତାଙ୍କର (ନାଗେଶ୍ୱର ରାଓ) ନିଃସର୍ତ୍ତ କ୍ଷମାପ୍ରାର୍ଥନାକୁ ଅଗ୍ରାହ୍ୟ କରି ଦେଇଥିଲେ। ତା’ସହିତ ଏକ ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଆଜି ସୁପ୍ରିମ୍‌କୋର୍ଟରେ ଯେତେ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ଚାଲିଥିବ ସେତେବେଳ ପର୍ଯ୍ୟନ୍ତ କୋର୍ଟରେ ବସି ରହିବାକୁ ତାଙ୍କୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ନାଗେଶ୍ୱର ରାଓଙ୍କ ସହିତ ଏସ୍‌ ଭସୁରଣ ନାମକ ଆଉ ଜଣେ ଅଧିକାରୀଙ୍କୁ ବି ଏହି ସମାନ ଦଣ୍ଡ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ କହିଥିଲେ ଯେ ଯଦି ଆପଣ ନାଗେଶ୍ୱର ରାଓଙ୍କ ବିରୋଧରେ କୌଣସି ଦଣ୍ଡ ଶୁଣାଇବେ, ତା’ହେଲେ ତାଙ୍କ କ୍ୟାରିଅର ଖରାପ ହୋଇଯିବ। ସେ ଗତ ୩୨ ବର୍ଷ ହେଲାଣି କାର୍ଯ୍ୟ କରୁଛନ୍ତି।

ଏହା ଶୁଣିବା ପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ ନାଗେଶ୍ୱର ରାଓ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଛନ୍ତି। ତେଣୁ ତାଙ୍କ କ୍ୟାରିଅରରେ ଦାଗ ଲାଗିଲା।

ସୂଚନାଯୋଗ୍ୟ, ଏମ୍‌ ନାଗେଶ୍ୱର ରାଓ ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଥିବା ବେଳେ ମୁଜାଫରପୁର ଶେଲ୍‌ଟର ହୋମ୍‌ ଯୌନ ଉତ୍ପୀଡ଼ନ ମାମଲାର ତଦନ୍ତ କରୁଥିବା ସିବିଆଇ ଅଧିକାରୀ ଏକେ ଶର୍ମାଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ବିନା ବଦଳି କରିଥିଲେ। ଏହାକୁ ନେଇ ସୁପ୍ରିମକୋର୍ଟ ଶ୍ରୀ ରାଓଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ଏହି ମାମଲାର ଶୁଣାଣି ଆଜି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଥିଲେ। ଏଥିପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ୍ ଦିଆଯାଇଥିଲା।

ଗତକାଲି ଶ୍ରୀ ରାଓ ଏକ ସତ୍ୟପାଠ ଜରିଆରେ ସୁପ୍ରିମ୍‌କୋର୍ଟଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ। ସେ ନିଜ ସତ୍ୟପାଠରେ ଲେଖିଥିଲେ,“ମୁଁ ମୋର ଭୁଲ ବୁଝି ପାରିଛି। ତେଣୁ ଏବେ ନିଃସର୍ତ୍ତ କ୍ଷମା ମାଗୁଛି। ମୁଁ କେବେ ହେଲେ ଜାଣିଶୁଣି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରିନାହିଁ। ମୁଁ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିବି ନାହିଁ ବୋଲି କେବେ ସ୍ୱପ୍ନରେ ବି ଚିନ୍ତା କରିନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିନା ମୁଁ ସିବିଆଇ ଅଧିକାରୀ ଏକେ ଶର୍ମାଙ୍କ ବଦଳି କରିବାର ନଥିଲା।”

Related story