ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମ ସ୍ଥିତ ରିୟାନ ସ୍କୁଲ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ। ଆଜି ମୃତ ପ୍ରଦ୍ୟୁମ୍ନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଭେଟିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏଥିସହ ଆଗାମୀ ୩ ମାସ ପାଇଁ ସ୍କୁଲର  ପରିଚାଳନା ଦାୟିତ୍ୱ ସରକାର ହାତକୁ ନେଇଛନ୍ତି। ଗତ ଶୁକ୍ରବାର ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହାପରେ ସ୍କୁଲ ବସ୍ କଣ୍ଡର ଅଶୋକ କୁମାରକୁ ଗିରଫ କରିଛି। ଅଭିଯୁକ୍ତ […]

Rakesh Mallick
  • Published: Friday, 15 September 2017
  • , Updated: 15 September 2017, 08:16 PM IST

ଗୁରୁଗ୍ରାମ: ହରିଆଣା ଗୁରୁଗ୍ରାମ ସ୍ଥିତ ରିୟାନ ସ୍କୁଲ ହତ୍ୟାକାଣ୍ଡର ତଦନ୍ତ କରିବ ସିବିଆଇ। ଆଜି ମୃତ ପ୍ରଦ୍ୟୁମ୍ନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଭେଟିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଏଥିସହ ଆଗାମୀ ୩ ମାସ ପାଇଁ ସ୍କୁଲର  ପରିଚାଳନା ଦାୟିତ୍ୱ ସରକାର ହାତକୁ ନେଇଛନ୍ତି।

ଗତ ଶୁକ୍ରବାର ସ୍କୁଲର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିଲା। ଏହାପରେ ସ୍କୁଲ ବସ୍ କଣ୍ଡର ଅଶୋକ କୁମାରକୁ ଗିରଫ କରିଛି।

ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅଭିଭାବକ ଏବଂ ସ୍ଥାନୀୟ ଲୋକ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ।

Related story