ଚିଦାମ୍ବରମଙ୍କ ମିଛ ଧରିବାକୁ ପରୀକ୍ଷା କରିବ ସିବିଆଇ!

ନୂଆଦିଲ୍ଲୀ: ଗିରଫ କଂଗ୍ରେସ ନେତା ପି. ଚିଦାମ୍ବରମ ଜେରା ବେଳେ ଆଦୌ ସହଯୋଗ କରୁନାହାନ୍ତି। ସିବିଆଇ ଅଧିକାରୀମାନେ ତାଙ୍କୁ ଯେତେ ଯାହା ପଚାରିଲେ ବି ସେ କେବଳ ଚୁପ୍‌ ରହୁଛନ୍ତି। ଏଭଳି ସ୍ଥିତିରେ ସିବିଆଇ ଏବେ ଚିଦାମ୍ବରମଙ୍କ ଲାଏ-ଡିଟେକସନ୍‌ ଟେଷ୍ଟ ବା ମିଛଧରା ପରୀକ୍ଷା କରିବାକୁ ଚାହୁଁଛି। ଏଥିପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବ। ମିଳିଥିବା ସୂଚନା ଅନୁଯାୟୀ, ଚିଦାମ୍ବରମ ଜେରା ବେଳେ ଦେଉଥିବା ବୟାନରେ ସିବିଆଇ ଖୁସି ନାହିଁ। ଅଗଷ୍ଟ ୨୧ରୁ ସିବିଆଇ ତାଙ୍କୁ ଆଇଏନଏକ୍ସ […]

c

Hemant Lenka
  • Published: Tuesday, 27 August 2019
  • , Updated: 27 August 2019, 04:16 PM IST

ନୂଆଦିଲ୍ଲୀ: ଗିରଫ କଂଗ୍ରେସ ନେତା ପି. ଚିଦାମ୍ବରମ ଜେରା ବେଳେ ଆଦୌ ସହଯୋଗ କରୁନାହାନ୍ତି। ସିବିଆଇ ଅଧିକାରୀମାନେ ତାଙ୍କୁ ଯେତେ ଯାହା ପଚାରିଲେ ବି ସେ କେବଳ ଚୁପ୍‌ ରହୁଛନ୍ତି। ଏଭଳି ସ୍ଥିତିରେ ସିବିଆଇ ଏବେ ଚିଦାମ୍ବରମଙ୍କ ଲାଏ-ଡିଟେକସନ୍‌ ଟେଷ୍ଟ ବା ମିଛଧରା ପରୀକ୍ଷା କରିବାକୁ ଚାହୁଁଛି। ଏଥିପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବ।

ମିଳିଥିବା ସୂଚନା ଅନୁଯାୟୀ, ଚିଦାମ୍ବରମ ଜେରା ବେଳେ ଦେଉଥିବା ବୟାନରେ ସିବିଆଇ ଖୁସି ନାହିଁ। ଅଗଷ୍ଟ ୨୧ରୁ ସିବିଆଇ ତାଙ୍କୁ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଜେରା କରି ଚାଲିଛି। ସେ ଅର୍ଥମନ୍ତ୍ରୀ ଥିବା ବେଳେ ତାଙ୍କ ପଦର ଅପବ୍ୟବହାର କରିଥିବାରୁ, ସିବିଆଇ ତାଙ୍କ ସେ ସମ୍ପର୍କରେ ଜେରା କରୁଛି। ସିବିଆଇ ସୁପ୍ରିମକୋର୍ଟଙ୍କୁ କହିଛି ଯେ ଚିଦାମ୍ବରମ ଇ-ମେଲ ଏବଂ ଅର୍ଥ ନେଣଦେଣ ସମ୍ପର୍କରେ ବିଭ୍ରାନ୍ତକର ଉତ୍ତର ଦେଉଛନ୍ତି। ତାଙ୍କୁ ଯାହା ପଚାରିଲେ ସେ କେବଳ ମୋର ମନେନାହିଁ ଓ ମୁଁ ଜାଣିନାହିଁ ବୋଲି କହୁଛନ୍ତି। ତେଣୁ ତାଙ୍କର ମିଛଧରା ପରୀକ୍ଷା କରାଯିବ ଉଚିତ।

ଅନ୍ୟପକ୍ଷରେ ଚିଦାମ୍ବରମ ସିବିଆଇ ତାଙ୍କ ବିରୋଧରେ ଆଣିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି, ସିବିଆଇ ତାଙ୍କୁ ଯାହା ବି ପଚାରିଛି ସେ ସବୁ ପ୍ରଶ୍ନର ଉତ୍ତର ଠିକ୍‌ ଭାବେ ଦେଇଛନ୍ତି। ସିବିଆଇ ତା’ ଇଚ୍ଛା ଅନୁସାରେ ଉତ୍ତର ପାଉ ନଥିବାରୁ ଚିଦାମ୍ବରମଙ୍କ ବିରୋଧରେ ମିଥ୍ୟା ଅପବାଦ ଲଗାଉଛି ବୋଲି ତାଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି।

ତେବେ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ମିଛଧରା ପରୀକ୍ଷା ପାଇଁ ସିବିଆଇକୁ ଅନୁମତି ଦେବେ ବୋଲି ଜଣାପଡ଼ିଛି।

Related story