ଲାଲୁଙ୍କ ଜାମିନ୍‌ ଆବେଦନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିର୍ବାଚନ ପୂର୍ବରୁ ବାହାରକୁ ଆସିବା ପାଇଁ ଏକ ପ୍ରକାରର ବ୍ୟାକୁଳ ହୋଇ ଉଠିଛନ୍ତି। ଏଥିପାଇଁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଆଳରେ ସୁପ୍ରିମକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି। ତେବେ ଲାଲୁଙ୍କ ଏହି ଆବେଦନକୁ ସିବିଆଇ ବିରୋଧ କରିଛି। ଲାଲୁ ଜେଲ୍‌ରୁ ବାହାରି ରାଜନୀତିକ ପ୍ରଚାର କାର୍ଯ୍ୟକଳାପରେ ଲିପ୍ତ ହେବାର ଆଶଙ୍କା ଥିବାରୁ ସିବିଆଇ ଆଜି ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ […]

l

Hemant Lenka
  • Published: Tuesday, 09 April 2019
  • , Updated: 09 April 2019, 05:02 PM IST

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ନିର୍ବାଚନ ପୂର୍ବରୁ ବାହାରକୁ ଆସିବା ପାଇଁ ଏକ ପ୍ରକାରର ବ୍ୟାକୁଳ ହୋଇ ଉଠିଛନ୍ତି। ଏଥିପାଇଁ ସେ ସ୍ୱାସ୍ଥ୍ୟଗତ ସମସ୍ୟା ଆଳରେ ସୁପ୍ରିମକୋର୍ଟରେ ଜାମିନ୍‌ ଆବେଦନ କରିଛନ୍ତି।

ତେବେ ଲାଲୁଙ୍କ ଏହି ଆବେଦନକୁ ସିବିଆଇ ବିରୋଧ କରିଛି। ଲାଲୁ ଜେଲ୍‌ରୁ ବାହାରି ରାଜନୀତିକ ପ୍ରଚାର କାର୍ଯ୍ୟକଳାପରେ ଲିପ୍ତ ହେବାର ଆଶଙ୍କା ଥିବାରୁ ସିବିଆଇ ଆଜି ସୁପ୍ରିମକୋର୍ଟରେ ଏହା ବିରୋଧରେ ଆବେଦନ କରିଛି।

ଲାଲୁ ଜାମିନ୍‌ ପାଇଁ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ସିବିଆଇକୁ ଏହାର ଜବାବ ମାଗିଥିଲେ। ଏହାର ଉତ୍ତରରେ ସିବିଆଇ ପକ୍ଷରୁ ଲାଲୁଙ୍କ ଜାମିନ୍‌ ଆବେଦନକୁ ବିରୋଧ କରାଯାଇଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ ଲାଲୁ ପ୍ରସାଦ ଜେଲଦଣ୍ଡ ପାଇବା ପରେ ମଧ୍ୟ ୮ ମାସ ଧରି ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହସ୍ପିଟାଲ୍‌ରେ ରହିଛନ୍ତି।

ସେଠାରେ ସେ ନିଜର ରାଜନୀତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ହସ୍ପିଟାଲ୍‌ରେ ଲାଲୁଙ୍କୁ ସ୍ୱତନ୍ତ୍ର ସୁବିଧା ସୁଯୋଗ ଦିଆଯାଉଛି। ଖାଲି ସେତିକି ନୁହେଁ, ସେଠାରେ ରହି ସେ ନିଜର ରାଜନୀତିକ କାର୍ଯ୍ୟ ଜାରି ରଖିଛନ୍ତି। ତାଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ତାଲିକାରରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଲାଲୁ ପୂର୍ବରୁ ଅସୁସ୍ଥତା ଦର୍ଶାଇ ଜେଲରେ ରହିବା ତାଙ୍କ ପାଇଁ ସମ୍ଭବ ନୁହେଁ ବୋଲି କହିଥିଲେ। କିନ୍ତୁ ଏବେ କେମିତି ଏତେ ଫିଟ୍‌ ହୋଇଗଲେ ଯେ ସେ ଜାମିନ୍‌ ଆବେଦନ କରିଛନ୍ତି? କେବଳ ରାଜନୀତିକ କାର୍ଯ୍ୟକଳାପ ପାଇଁ ସେ ଜାମିନ ଆବେଦନ କରିଛନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ଲାଲୁଙ୍କୁ ବିର୍ସା ମୁଣ୍ଡା ଜେଲ୍‌ରେ ରଖା ଯାଇଥିଲା। କିନ୍ତୁ ସେ ଅସୁସ୍ଥ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହାକୁ ଆଳ କରି ସେ ଝାରଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। କିନ୍ତୁ ଏହା ଖାରଜ ହୋଇଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି।

Related story