ପରୋକ୍ଷରେ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ସପକ୍ଷରେ ମତଦେଲେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠିବା ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ର ସରକାର ଏହାକୁ ବିରୋଧ କରୁଥିବାରୁ ସିବିଆଇ ମୁମ୍ବାଇରେ କୌଣସି ଖୋଳତାଡ଼ କରିପାରୁ ନାହିଁ। ତଥାପି ସିବିଆଇ ବିହାରରେ ରୁଜୁ ହୋଇଥିବା ଏତଲା ଆଧାରରେ ଖୋଳତାଡ଼ କରୁଛି। ହେଲେ ଏବେ ମହାରାଷ୍ଟ୍ର ସରକାର ପରୋକ୍ଷରେ ସିବିଆଇ ତଦନ୍ତ କରାଗଲେ କିଛି ବି ଅସୁବିଧା ନାହିଁ ବୋଲି କହିଛନ୍ତି। ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ […]

yj

Hemant Lenka
  • Published: Tuesday, 18 August 2020
  • , Updated: 18 August 2020, 08:22 PM IST

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ଉଠିବା ଆରମ୍ଭ ହୋଇଛି। ତେବେ ମହାରାଷ୍ଟ୍ର ସରକାର ଏହାକୁ ବିରୋଧ କରୁଥିବାରୁ ସିବିଆଇ ମୁମ୍ବାଇରେ କୌଣସି ଖୋଳତାଡ଼ କରିପାରୁ ନାହିଁ। ତଥାପି ସିବିଆଇ ବିହାରରେ ରୁଜୁ ହୋଇଥିବା ଏତଲା ଆଧାରରେ ଖୋଳତାଡ଼ କରୁଛି। ହେଲେ ଏବେ ମହାରାଷ୍ଟ୍ର ସରକାର ପରୋକ୍ଷରେ ସିବିଆଇ ତଦନ୍ତ କରାଗଲେ କିଛି ବି ଅସୁବିଧା ନାହିଁ ବୋଲି କହିଛନ୍ତି।

ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଅସଲମ ଶେଖ କହିଛନ୍ତି, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁମ୍ବାଇ ପୁଲିସ୍‌ ଭଲ ଭାବେ ତଦନ୍ତ କରୁଛି। ଏହା ସତ୍ତ୍ୱେ ବି ଯଦି କେନ୍ଦ୍ର ସରକାରଙ୍କ ମନ ବୁଝୁନାହିଁ, ତା’ହେଲେ ସେମାନେ ସିବିଆଇ ଦ୍ୱାରା ଏହାର ତଦନ୍ତ କରିପାରିବେ।

ଏଥିରେ ଆମର କିଛି ବି ଅସୁବିଧା ନାହିଁ। କିଛି ଲୋକ ଜାଣିଶୁଣି ଏହି ମାମଲାରେ ହସ୍ତକ୍ଷେପ କରିବାରୁ ସେମାନଙ୍କ ନାଁ ମିଡିଆରେ ଆସୁଛି। କିଛି ଲୋକ ଘରେ ବସି ବସି ବୋର ହେଉଛନ୍ତି। ତେଣୁ ସେମାନେ ଜାଣିଶୁଣି ବିବାଦରେ ଫସି ନିଜକୁ ଚର୍ଚ୍ଚାରେ ରଖୁଛନ୍ତି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ଗତକାଲି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଥିଲେ ଯେ ଲୋକଙ୍କ ଭାବନାକୁ ସମ୍ମାନ ଜଣାଇ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ ଦ୍ୱାରା କରାଯିବା ଦରକାର। ମୁଁ ୫ ବର୍ଷ ମହାରାଷ୍ଟ୍ର ଓ ମୁମ୍ବାଇ ପୁଲିସ୍‌ ସହ କାର୍ଯ୍ୟ କରିଛି। ମୁଁ ସେମାନଙ୍କ ଦକ୍ଷତା ଜାଣିଛି। ତଥାପି ବେଳେ ବେଳେ ପୁଲିସ୍‌ର କାର୍ଯ୍ୟ କଳାପ ରାଜନୀତିକ ବ୍ୟକ୍ତିଙ୍କ ଚାପରେ ଚାପି ହୋଇଯାଏ। ତେଣୁ ଏଠାରେ ସେଭଳି ହେବା ଠିକ ନୁହେଁ ବୋଲି ସେ କହିଥିଲେ।

Related story