ଚିଦାମ୍ବରମ୍‌ଙ୍କୁ ଘରୁ ଉଠାଇନେଲା ସିବିଆଇ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍‌ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହୋଇଥିଲେ। ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ଘରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ପଝେ ପଛେ ସିବିଆଇ […]

chd

Subrat Kumar Nayak
  • Published: Wednesday, 21 August 2019
  • , Updated: 21 August 2019, 09:55 PM IST

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଲୁଚକାଳି ନାଟକରେ ଶେଷରେ ଅନ୍ତ ଘଟିଛି। ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଚାଲିଥିବା ନାଟକର ଅନ୍ତ ଘଟାଇ ସିବିଆଇ ଚିଦାମ୍ବରମ୍‌ଙ୍କ ଘରୁ ହିଁ ତାଙ୍କୁ ଉଠାଇ ନେଇଛି। ଏହା ପୂର୍ବରୁ ପ୍ରଥମେ ସେ କଂଗ୍ରେସ କାର୍ଯ୍ୟାଳୟରେ ଉଭା ହୋଇଥିଲେ। ସେଠାରେ ସାମ୍ବାଦିକ ସମ୍ମିଳନୀ କରି ଖସିଯିବାରେ ସମର୍ଥ ହେବା ପରେ ଘରେ ପହଞ୍ଚିଯାଇଥିଲେ। ଏହାପରେ ତାଙ୍କ ପଝେ ପଛେ ସିବିଆଇ ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଯାଇଛି। ଫାଟକ ଖୋଲିବାକୁ ୨ ମିନିଟ୍‌ ଅପେକ୍ଷା କରିବା ପରେ ସିବିଆଇ ଟିମ୍‌ କାନ୍ଥ ଡେଇଁ ଘରେ ପଶିଥିଲେ। ଏହାପରେ ଇଡି ଟିମ୍ ଏବଂ ଦିଲ୍ଲୀ ପୁଲିସ୍‌ ମଧ୍ୟ ପହଞ୍ଚିଥିଲେ।

୩ଟି ସିବିଆଇ ଟିମ୍‌ ଘର ଭିତରେ ହିଁ ଚିଦାମ୍ବରମ୍‌ଙ୍କୁ ପଚରାଉଚରା କରିବା ପରେ ଚିଦାମ୍ବରମ୍‌କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ତାଙ୍କୁ ବର୍ତ୍ତମାନ ସିବିଆଇ ମୁଖ୍ୟାଳୟ ନିଆଯିବ ଏବଂ ପରେ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।

ଗତକାଲିଠାରୁ ଚିଦାମ୍ବରମ୍‌ଙ୍କୁ ଇଡି ଏବଂ ସିବିଆଇ ଖୋଜିବୁଲୁଥିଲା। ଦୀର୍ଘ ୨୭ ଘଣ୍ଟା ପରେ ସେ କଂଗ୍ରେସ କାର୍ଯ୍ୟାଳୟଠାରେ ଉଭା ହୋଇଥିଲେ। ଜଣେ ଓକିଲ ଭାବେ ମଧ୍ୟ ଜଣାଶୁଣା ଚିଦାମ୍ବରମ୍‌ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏଠାରେ ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ଏଥିରେ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ମଧ୍ୟ ଉପସ୍ଥିତ ଥିଲେ। ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟ ପହଞ୍ଚିଥିଲେ ମଧ୍ୟ କଂଗ୍ରେସ କର୍ମୀମାନେ ସିବିଆଇକୁ ଭିତରକୁ ଛାଡ଼ିନଥିଲେ। ଏହାର ସୁଯୋଗରେ ଚିଦାମ୍ବରମ୍‌ ଘରକୁ ଚାଲିଯାଇଥିଲେ

ଆଜି ଚିଦାମ୍ବରମ୍‌ ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାମରେ ଏବଂ ତାଙ୍କ ପୁଅ କାର୍ତ୍ତି ଓ ଅନ୍ୟ ସଦସ୍ୟଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ସେ କହିଥିଲେ, ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଏଫ୍‌ଆଇଆର ହୋଇନାହିଁ। ଇଡି ଏବଂ ସିବଆଇ ଚାର୍ଜଶିଟ୍‌ ମଧ୍ୟ ଦାଖଲ କରିନଥିବା ସେ କହିଛନ୍ତି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ।

Related story