ଧରା ହେବେ ଅସାମାଜିକ ଲୋକ: ଟ୍ରେନରେ ଲାଗିବ ସିସିଟିଭି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନରେ ଲାଗିପାରେ ଇଣ୍ଟରନେଟ ଏବଂ ସିସିଟିଭି କ୍ୟାମେରା। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ସବୁ ରେଲ ଷ୍ଟେସନ ଏବଂ ପରେ ସବୁ ଟ୍ରେନ ଭିତରେ ଯୋଗାଇ ଦେବାପାଇଁ ଉଦ୍ୟମ ହେଉଥିବା ଗୋଏଲ କହିଛନ୍ତି। ସିସିଟିଭିର ଦୃ୍ଶ୍ୟ ସିଧାସଲଖ ଡ୍ରାଇଭର କିମ୍ବା ଅନ୍ୟ କୈଣସି ଅଧିକାରୀ ଦେଖିପାରିବେ ବୋଲି ସେ କହିଛନ୍ତି।  ଯାତ୍ରୀ ସୁରକ୍ଷାକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି […]

train-cctv

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 06:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟ୍ରେନରେ ଲାଗିପାରେ ଇଣ୍ଟରନେଟ ଏବଂ ସିସିଟିଭି କ୍ୟାମେରା। ଏହି ବ୍ୟବସ୍ଥା ଆଗାମୀ ଦିନରେ ଲାଗୁ ପାଇଁ ରେଳ ମନ୍ତ୍ରୀ ପୀୟୁଷ ଗୋଏଲ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥା ପ୍ରଥମେ ସବୁ ରେଲ ଷ୍ଟେସନ ଏବଂ ପରେ ସବୁ ଟ୍ରେନ ଭିତରେ ଯୋଗାଇ ଦେବାପାଇଁ ଉଦ୍ୟମ ହେଉଥିବା ଗୋଏଲ କହିଛନ୍ତି। ସିସିଟିଭିର ଦୃ୍ଶ୍ୟ ସିଧାସଲଖ ଡ୍ରାଇଭର କିମ୍ବା ଅନ୍ୟ କୈଣସି ଅଧିକାରୀ ଦେଖିପାରିବେ ବୋଲି ସେ କହିଛନ୍ତି।  ଯାତ୍ରୀ ସୁରକ୍ଷାକୁ ସରକାର ସର୍ବୋଚ୍ଚ ଗୁରୁତ୍ୱ ଦେଉଛନ୍ତି ତେଣୁ ଏସବୁ ସଂସ୍କାରମୂଳକ ପଦକ୍ଷେପ  ଆବଶ୍ୟକ ବୋଲି ରେଳମନ୍ତ୍ରୀ କହିଛନ୍ତି। ଟ୍ରେନ୍‌ରେ ଅନେକ ସମୟରେ ଶୁଣିବାକୁ ମିଳେ ଅସାମାଜିକ ଲୋକଙ୍କ ଦ୍ୱାର ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଏବଂ ଅନେକ ଅପରାଧ ଓ ଅଘଟଣ ମଧ୍ୟ ଘଟୁଛି। ତେଣୁ ସିସିଟିଭି ଲାଗିବା ଦ୍ୱାରା ଏହିସବକୁ ରୋକାଯାଇପରିବ।

Related story