କରୋନା ଭାଇରସର ନୂଆ ଲକ୍ଷଣ ତାଲିକା ଜାରି କଲା ସିଡିଏସ

ନୂଆଦିଲ୍ଲୀ: ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସର ଚରିତ୍ର ବଦଳୁଛି। ଡିସେମ୍ୱରରୁ ବ୍ୟାପିଥିବା ଏହି ଘାତକ ଭାଇରସର ଚରିତ୍ର ବଦଳୁଥିବାରୁ ମଣିଷଙ୍କ ଶରୀରରେ ଏହାର ଲକ୍ଷଣ ମଧ୍ୟ ବଦଳୁଛି। ଏପ୍ରିଲରେ ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଛଅଟି ଅଧିକ ଲକ୍ଷଣକୁ ଚିହ୍ନଟ କରିଛି। ଯେଉଁଥିରେ ଡାଇରିଆ, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେବା ଭଳି ଲକ୍ଷଣ ସାମିଲ୍ ହୋଇଛି। ଅର୍ଥାତ୍ ଯେଉଁ ମାନଙ୍କ ପାଖରେ ଏହି ଲକ୍ଷଣ ଦେଖା ହେବ ସେ କରୋନାରେ ଆକ୍ରାନ୍ତ […]

Corona-4

Subhransu Sekhar
  • Published: Sunday, 05 July 2020
  • , Updated: 05 July 2020, 05:31 PM IST

ନୂଆଦିଲ୍ଲୀ: ଚୀନର ଉହାନରୁ ବ୍ୟାପିଥିବା କରୋନା ଭାଇରସର ଚରିତ୍ର ବଦଳୁଛି। ଡିସେମ୍ୱରରୁ ବ୍ୟାପିଥିବା ଏହି ଘାତକ ଭାଇରସର ଚରିତ୍ର ବଦଳୁଥିବାରୁ ମଣିଷଙ୍କ ଶରୀରରେ ଏହାର ଲକ୍ଷଣ ମଧ୍ୟ ବଦଳୁଛି। ଏପ୍ରିଲରେ ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ (ସିଡିସି) ଛଅଟି ଅଧିକ ଲକ୍ଷଣକୁ ଚିହ୍ନଟ କରିଛି। ଯେଉଁଥିରେ ଡାଇରିଆ, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେବା ଭଳି ଲକ୍ଷଣ ସାମିଲ୍ ହୋଇଛି। ଅର୍ଥାତ୍ ଯେଉଁ ମାନଙ୍କ ପାଖରେ ଏହି ଲକ୍ଷଣ ଦେଖା ହେବ ସେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯିବ।

ଜାତୀୟ ଗଣମାଧ୍ୟମ ଡେକାନ କ୍ରୋନିକିଲର ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦର କିଙ୍ଗ କୋଟି ହସ୍ପିଟାଲର ଡାକ୍ତର କହିଛନ୍ତି, ଡାଇରିଆ, ମୁଣ୍ଡବ୍ୟଥା ଏବଂ ବାନ୍ତି ଭଳି ଲକ୍ଷଣ ପାଇଁ ଚିକିତ୍ସାରେ ବିଳମ୍ୱ ହେଉଛି। ପୂର୍ବରୁ କଫ, ଜ୍ୱର ଏବଂ ଅଣନିଃଶ୍ୱାସୀ ହେବା ଆଦି ଲକ୍ଷଣ କରୋନା ଆକ୍ରାନ୍ତଙ୍କ ପାଖରେ ପରିଲିକ୍ଷିତ ହେଉଥିଲା। ଏବେ କିନ୍ତୁ ନୂଆ ଲକ୍ଷଣ ଚିହ୍ନଟ ହେଉଥିବା ସେ କହିଛନ୍ତି। ଯେଉଁଥିପାଇଁ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ବିଳମ୍ୱ ହେଉଛି ବୋଲି ସେ କହିଛନ୍ତି।

ଆଉ କିଛି ଡାକ୍ତର କହିଛନ୍ତି, କରୋନା ଲକ୍ଷଣ ବଦଳିବାର ପଛର କାରଣ ଋତୁ ପରିବର୍ତ୍ତନ ହେବା। ବଞ୍ଚି ରହିବା ପାଇଁ କରୋନା ଭାଇରସ ଲକ୍ଷଣ ବଦଳୁଛି।

ଏବେ ସୁଦ୍ଧା କରୋନା ଲକ୍ଷଣ ବାବଦରେ ସିଡିଏସ ଦ୍ୱାରା ଜାରି ହୋଇଥିବା ଲକ୍ଷଣ ହେଲା ଜ୍ୱର କିମ୍ବା ଥଣ୍ଡା, କାଶ, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, ଥକ୍କା, ମାଂସପେଶୀରେ ଯନ୍ତ୍ରଣା,ମୁଣ୍ଡବିନ୍ଧା, ସ୍ୱାଦ କିମ୍ବା ଘ୍ରାଣ ଶକ୍ତି କମିବା, ଗଳା ଯନ୍ତ୍ରଣା, ସଂକ୍ରମଣ କିମ୍ବା ନାକ ପ୍ରବାହିତ ହେବା, ବାନ୍ତି ଏବଂ ଡାଇରିଆ।

Related story