ମାଲାମାଲ୍ ହେବେ କେନ୍ଦ୍ର ସରକାରୀ କର୍ମଚାରୀ: ଜାନୁଆରୀରୁ ସର୍ବନିମ୍ନ ଦରମା ହେବ ୨୧ହଜାର

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୨୦୧୮ ମସିହା ଜାନୁଆରୀ ମାସରୁ ସେମାନଙ୍କ  ସର୍ବନିମ୍ନ ଦରମା ୨୧ ହଜାରକୁ ବୃଦ୍ଧି ପାଇବ। ଏଥିପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ  ଆଉ ୩ ମାସ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ସେମାନଙ୍କର ସର୍ବନିମ୍ନ ଦରମା ରହିଛି ୧୮ ହଜାର ଟଙ୍କା। କର୍ମଚାରୀ ସଂଗଠନର ଦାବି ଥିଲା ଏହାକୁ ବୃଦ୍ଧି କରି ୨୬ ହଜାର ଟଙ୍କା କରିବା ପାଇଁ। କିନ୍ତୁ ସରକାର ଏଥିରେ ରାଜି ହୋଇନଥିଲେ।  ପରେ ଏହାକୁ […]

Rakesh Mallick
  • Published: Sunday, 17 September 2017
  • , Updated: 17 September 2017, 02:30 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ୨୦୧୮ ମସିହା ଜାନୁଆରୀ ମାସରୁ ସେମାନଙ୍କ  ସର୍ବନିମ୍ନ ଦରମା ୨୧ ହଜାରକୁ ବୃଦ୍ଧି ପାଇବ। ଏଥିପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ  ଆଉ ୩ ମାସ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ସେମାନଙ୍କର ସର୍ବନିମ୍ନ ଦରମା ରହିଛି ୧୮ ହଜାର ଟଙ୍କା। କର୍ମଚାରୀ ସଂଗଠନର ଦାବି ଥିଲା ଏହାକୁ ବୃଦ୍ଧି କରି ୨୬ ହଜାର ଟଙ୍କା କରିବା ପାଇଁ। କିନ୍ତୁ ସରକାର ଏଥିରେ ରାଜି ହୋଇନଥିଲେ।  ପରେ ଏହାକୁ ମାସିକ ୨୧ ହଜାର ଟଙ୍କା କରିବା ପାଇଁ କର୍ମଚାରୀ ସଂଗଠନ ସହ ଅର୍ଥ ମନ୍ତ୍ରାଳୟ ସହମତି ପ୍ରକାଶ କରିଛି। ପୂର୍ବରୁ ସପ୍ତମ ବେତନ କମିଶନ ସୁପାରିଶ ଲାଗୁ ହେବା ପରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା  ୧୮ ହଜାର ଟଙ୍କା ସ୍ଥିର କରାଯାଇଥିଲା। ଏହି ସର୍ବନିମ୍ନ ଦରମା ଫିଟମେଣ୍ଟ୍ କମିଟିର ସୁପାରିଶ ଆଧାରରେ ଲାଗୁ ହୋଇଥିଲା, ଯାହା ସମାନ ଭାବରେ ସମସ୍ତ ବର୍ଗର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୨.୫୭ ଗୁଣା ଅଧିକ ହେଉଥିଲା। ହେଲେ ବର୍ତ୍ତମାନ ନିମ୍ନ ବର୍ଗର କର୍ମଚାରୀଙ୍କ ଦରମା ୨୧ ହଜାର ଟଙ୍କା ହେବା ପରେ ଏହା ୩.୦ ଗୁଣା ହୋଇଯିବ।

ସରକାର, କାର୍ମଚାରୀ ସଂଗଠନର ସର୍ବନିମ୍ନ ଦରମା ୨୬ ହଜାର ଟଙ୍କାକୁ ବୃଦ୍ଧି କରିବା ଦାବିକୁ ଖାରଜ କରି କହିଥିଲେ ଯେ, ଏହା ବେତନ ସଂଶୋଧନ ଫର୍ମୁଲା ଅନୁଯାୟୀ ଦରମା ୩.୬୮ ଗୁଣା ଅଧିକ ହୋଇଯିବ। ଏହାକୁ ଲାଗୁ କରବା ଅସମ୍ଭବ। ସେପଟେ କର୍ମଚାରୀ ସଂଗଠନ ୧୮ ହଜାର ଟଙ୍କା ଦରମା ପର୍ଯ୍ୟାପ୍ତ ହୋଇନଥିବାରୁ ସେମାନେ ଅଧିକା ଦରମାର ଚାକିରି ପାଇଁ ପ୍ରୟାସ କରିବେ ବୋଲି କହିଥିଲେ। ଏହା ଦ୍ୱାରା ସରକାରୀ କାମ ପ୍ରଭାବିତ ହୋଇଥାଆନ୍ତା।

Related story