କେନ୍ଦ୍ରୀୟ ଇଟାଲୀରେ ଭୂକମ୍ପ, ୩୮ ମୃତ

ରୋମ୍‌: କେନ୍ଦ୍ରୀୟ ଇଟାଲୀରେ ଆଜି ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି।  ଭୂକମ୍ପରେ ତ୍ରୀବତା ରିକ୍ଟର ସେଲରେ ୬.୨ ରହିଥିଲା। ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। କ୍ଷୟକ୍ଷତିର ପରିମାଣ ଏବେ ସୁଦ୍ଧା ଆକଳନ କରାଯାଇନି। ଭୂମିକମ୍ପରେ କେନ୍ଦ୍ରୀୟ ଇଟାଲିର ଆମାଟ୍ରିସ୍‌, ଆକୁମୋଲି ଓ ନୋରସିଆ ସହର ଅଧିକ ପ୍ରଭାବିତ ହୋଇଛି। ଭୂକମ୍ପ ପ୍ରଭାବରେ ଏସବୁ ସହରରେ ବହୁ ବଡ଼ ବଡ଼ କୋଠା ଭୁଷୁଡି ପଡ଼ିଛି। ଅନେକ […]

italy

Rakesh Mallick
  • Published: Wednesday, 24 August 2016
  • , Updated: 04 May 2017, 03:44 PM IST

ରୋମ୍‌: କେନ୍ଦ୍ରୀୟ ଇଟାଲୀରେ ଆଜି ସକାଳେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି।  ଭୂକମ୍ପରେ ତ୍ରୀବତା ରିକ୍ଟର ସେଲରେ ୬.୨ ରହିଥିଲା। ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। କ୍ଷୟକ୍ଷତିର ପରିମାଣ ଏବେ ସୁଦ୍ଧା ଆକଳନ କରାଯାଇନି।

ଭୂମିକମ୍ପରେ କେନ୍ଦ୍ରୀୟ ଇଟାଲିର ଆମାଟ୍ରିସ୍‌, ଆକୁମୋଲି ଓ ନୋରସିଆ ସହର ଅଧିକ ପ୍ରଭାବିତ ହୋଇଛି। ଭୂକମ୍ପ ପ୍ରଭାବରେ ଏସବୁ ସହରରେ ବହୁ ବଡ଼ ବଡ଼ କୋଠା ଭୁଷୁଡି ପଡ଼ିଛି। ଅନେକ ସ୍ଥାନରେ ଭଙ୍ଗା କୋଠା ତଳେ ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରୀ ରହିଛି, ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି।

ଇଟାଲୀର ରାଜଧାନୀ ରୋମରେ ମଧ୍ୟ ଭୂକମ୍ପର ପ୍ରଭାବ ପଡ଼ିଛି।

Related story