ଏତେ ଲୋକ ଟ୍ରେନ୍‌ରେ ବିନା ଟିକେଟ୍‌ରେ ଯାତ୍ରା କରନ୍ତି! ଗୋଟିଏ ମାସରେ ଆଦାୟ ହେଲା ୪୨.୧୫ କୋଟି ଟଙ୍କା

ନୂଆଦିଲ୍ଲୀ: ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଓ ଯାତ୍ରାରେ ଅନିୟମିତତା ଯୋଗୁଁ ଗତ ଏପ୍ରିଲ୍‌ରୁ ମେ ମାସ ମଧ୍ୟରେ ସେଣ୍ଟ୍ରାଲ୍ ରେଲୱେ ଜୋରିମାନା ବାବଦକୁ ୪୨.୧୫ କୋଟି ଟଙ୍କା ଆଦାୟ କରିଛି। ଏହି ସମୟ ମଧ୍ୟରେ ବିନା ଟିକେଟ୍‌ରେ ଯାତ୍ରା କରିବା ଏବଂ ଲଗେଜ୍ ବୁକ୍ ନକରିଥିବା ନେଇ ୭.୫୯ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଗତବର୍ଷ ତୁଳନାରେ ଏହା ୪.୦୭% ଅଧିକ ରହିଛି। ଗତବର୍ଷ ଏନେଇ ୭.୨୫ ଲକ୍ଷ ମାମଲା ଆସିଥିଲା ବୋଲି ସେଣ୍ଟ୍ରାଲ୍ ରେଲୱେ […]

train

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 11:58 AM IST

ନୂଆଦିଲ୍ଲୀ: ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଓ ଯାତ୍ରାରେ ଅନିୟମିତତା ଯୋଗୁଁ ଗତ ଏପ୍ରିଲ୍‌ରୁ ମେ ମାସ ମଧ୍ୟରେ ସେଣ୍ଟ୍ରାଲ୍ ରେଲୱେ ଜୋରିମାନା ବାବଦକୁ ୪୨.୧୫ କୋଟି ଟଙ୍କା ଆଦାୟ କରିଛି।

ଏହି ସମୟ ମଧ୍ୟରେ ବିନା ଟିକେଟ୍‌ରେ ଯାତ୍ରା କରିବା ଏବଂ ଲଗେଜ୍ ବୁକ୍ ନକରିଥିବା ନେଇ ୭.୫୯ ଲକ୍ଷ ମାମଲା ସାମ୍ନାକୁ ଆସିଥିଲା। ଗତବର୍ଷ ତୁଳନାରେ ଏହା ୪.୦୭% ଅଧିକ ରହିଛି। ଗତବର୍ଷ ଏନେଇ ୭.୨୫ ଲକ୍ଷ ମାମଲା ଆସିଥିଲା ବୋଲି ସେଣ୍ଟ୍ରାଲ୍ ରେଲୱେ ପକ୍ଷରୁ କୁହାଯାଇଛି। ଏହା ବ୍ୟତୀତ ଏଥର ଏହି ସୀମା ମଧ୍ୟରେ ୧,୫୧୭ଟି ରିଜର୍ଭ ଟିକେଟ୍ ଟ୍ରାନ୍ସଫର ହୋଇଥିବା ମାମଲା ସାମ୍ନାକୁ ଆସିଥିଲା ଓ ଏଥିରୁ ୧୨ ଲକ୍ଷ ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିଲା।

 

Related story