ଅଫିସରଙ୍କୁ ସମନ କରିବାର ଅଧିକାର କେନ୍ଦ୍ର ପାଖରେ ରହିଛି: ଶାହ

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତିନିଧିକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ପଶ୍ଚିମବଙ୍ଗ କ୍ୟାଡରର ତିନି ଆଇପିଏସଙ୍କୁ ସମନ କରିବାର ଅଧିକାର ରହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ପାଖରେ। ତିନି ଆଇପିଏସଙ୍କୁ ଡେପୁଟେସନରେ ପଠାଇବା ନେଇ କେନ୍ଦ୍ର ସମ୍ବିଧାନ ଏବଂ ଆଇନକୁ ତର୍ଜମା କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଏହା ସଂଘୀୟ ବ୍ୟବସ୍ଥାରେ ରହିଛି। ପ୍ରଥମେ ନିୟମାବଳୀ ଅନୁସରଣ କରି କେନ୍ଦ୍ର ଆଗରେ ମମତା ସରକାର ନିଜର ମତ ରଖିବା ଠିକ୍ ହେବ। ବୋଲପୁରରେ ଏକ ସାମ୍ବାଦିକ ସମ୍ମିଳନୀକୁ […]

AMIT-SHAH

Subhransu Sekhar
  • Published: Monday, 21 December 2020
  • , Updated: 21 December 2020, 07:07 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ପ୍ରତିନିଧିକୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିବା ପଶ୍ଚିମବଙ୍ଗ କ୍ୟାଡରର ତିନି ଆଇପିଏସଙ୍କୁ ସମନ କରିବାର ଅଧିକାର ରହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ପାଖରେ। ତିନି ଆଇପିଏସଙ୍କୁ ଡେପୁଟେସନରେ ପଠାଇବା ନେଇ କେନ୍ଦ୍ର ସମ୍ବିଧାନ ଏବଂ ଆଇନକୁ ତର୍ଜମା କରି ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି। ଏହା ସଂଘୀୟ ବ୍ୟବସ୍ଥାରେ ରହିଛି। ପ୍ରଥମେ ନିୟମାବଳୀ ଅନୁସରଣ କରି କେନ୍ଦ୍ର ଆଗରେ ମମତା ସରକାର ନିଜର ମତ ରଖିବା ଠିକ୍ ହେବ। ବୋଲପୁରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶାହା ଏହା କହିଛନ୍ତି। ମମତା ବାନାର୍ଜୀ ଏବଂ ଟିଏମସି ସରକାର ନିଜ ବିଫଳତାକୁ ଜନସାଧାରଣଙ୍କ ନଜରରୁ ହଟାଇବା ପାଇଁ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ବୋଲି ସେ କହିଛନ୍ତି।

ତିନି ଜଣ ଆଇପିଏସ୍ ଅଧିକାରୀଙ୍କୁ ତୁରନ୍ତ ଡେପୁଟେସନରେ ପଠାଇବା ପାଇଁ ଗୁରୁବାର ପୁଣିଥରେ ରାଜ୍ୟକୁ କେନ୍ଦ୍ର ଚିଠି ଲେଖିଛି। ତେବେ ମୁଖ୍ୟମନ୍ତ୍ରୀ ମମତା ଏହି ପଦକ୍ଷେପକୁ ଅସାମ୍ବିଧାନିକ, ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଜେପି ସଭାପତି ଜେ.ପି ନଡଡ୍ଡାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ତାଙ୍କ କାରକେଡ ଉପରକୁ ଆକ୍ରମଣ ହୋଇଥିଲା।

Related story