କ'ଣ ରହିଛି ଜେ.ପି. ନଡ୍ଡାଙ୍କ ଆଗରେ ଚ୍ୟାଲେଞ୍ଜ?

ନୂଆଦିଲ୍ଲୀ: ଜେ.ପି. ନଡ୍ଡା ବିଜେପି ସଭାପତି ଭାବରେ ନିର୍ବାଚିତ ହେବା ପରେ ଅମିତ ଶାହଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ସେ ଦୀର୍ଘ ସାଢ଼େ ପାଞ୍ଚ ମାସ ହେବ ଏହି ପଦବୀରେ ଥିଲେ। ଅମିତ ଶାହ ଦଳର ସଭାପତି ହେବା ପରେ ବିଜେପି ଅନେକ ରାଜ୍ୟରେ ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲା। ଏମିତିକି ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଆସନରେ ବିଜୟୀ ହୋଇଛି। ବିରୋଧୀ ଅନେକ ଅଭିଯୋଗ ଆଣି ମୋଦି ବିରୋଧୀ ବାତାବରଣ […]

JP NADDA

Subhransu Sekhar
  • Published: Monday, 20 January 2020
  • , Updated: 20 January 2020, 04:05 PM IST

ନୂଆଦିଲ୍ଲୀ: ଜେ.ପି. ନଡ୍ଡା ବିଜେପି ସଭାପତି ଭାବରେ ନିର୍ବାଚିତ ହେବା ପରେ ଅମିତ ଶାହଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ସେ ଦୀର୍ଘ ସାଢ଼େ ପାଞ୍ଚ ମାସ ହେବ ଏହି ପଦବୀରେ ଥିଲେ। ଅମିତ ଶାହ ଦଳର ସଭାପତି ହେବା ପରେ ବିଜେପି ଅନେକ ରାଜ୍ୟରେ ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲା। ଏମିତିକି ଅନ୍ତିମ ସାଧାରଣ ନିର୍ବାଚନରେ ବିଜେପି ୨୦୧୪ ନିର୍ବାଚନ ତୁଳନାରେ ଅଧିକ ଆସନରେ ବିଜୟୀ ହୋଇଛି। ବିରୋଧୀ ଅନେକ ଅଭିଯୋଗ ଆଣି ମୋଦି ବିରୋଧୀ ବାତାବରଣ ତିଆରି କରିଥିଲେ ମଧ୍ୟ ଶାହଙ୍କ ରଣନୀତି ଆଗରେ ସମସ୍ତେ ତିଟପଟାଙ୍ଗ ମାରିଥିଲେ।

ହେଲେ ଶାହ ଦାୟିତ୍ୱ ଛାଡ଼ିବା ପୂର୍ବରୁ ନିଜର ଭୁଲ ରଣନୀତି ଏବଂ ଦଳ ବିରୋଧୀ ହାଓ୍ୱା ତିଆରି କରିବାରେ ସକ୍ଷମ ହୋଇଥିଲେ ଓ ବିରୋଧୀ କଂଗ୍ରେସ ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜୟୀ ହୋଇଥିଲା। ଯାହାକି ଶାହଙ୍କୁ ପ୍ରଥମ ଝଟକା ଦେଇଥିଲା। ତିନି ରାଜ୍ୟ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶରେ ଦଳ ପରାଜୟ ବରଣ କରିଛି। ଏହାପରେ ମହାରାଷ୍ଟ୍ରରେ ଏନଡିଏରେ ସାମିଲ ଥିବା ଶିବସେନାକୁ ବାନ୍ଧି ନରଖିବାରୁ ସେ ମେଣ୍ଟରୁ ଓହରି ବିଜେପି ବିରୋଧୀ ଦଳ ସହ ମିଶି ରାଜ୍ୟରେ ସରକାର ଗଠନ କରିଛି।

ଏହାବାଦ ବିଜେପି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ କୁହାଯାଉଥିବା ପଶ୍ଚିମବଙ୍ଗ, ଓଡ଼ିଶା, କେରଳ, ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ସଫଳ ହୋଇପାରିନି। ଯାହାକି ନଡ୍ଡାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ।

ସେହିପରି ଦିଲ୍ଲୀର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଫେବୃଆରୀରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ବାହାରିବ। ଯାହାକି ନଡ୍ଡାଙ୍କ ପାଇଁ ପ୍ରଥମ ପରୀକ୍ଷା। କାରଣ ଟିକେଟ ବଣ୍ଟା ପାଖରୁ ଆରମ୍ଭ କରି ପ୍ରଚାର ଦାୟିତ୍ୱ ନଡ୍ଡାଙ୍କ ନେତୃତ୍ୱରେ ହେଉଛି। ଆପର ପ୍ରଚାର ଦାୟିତ୍ୱ ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ନେଇଛନ୍ତି। ଏକଦା ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଗୁରୁ ଦାୟିତ୍ୱ ତୁଲାଇଥିଲେ ପ୍ରଶାନ୍ତ। ସର୍ଭେ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ପୂର୍ବପରି ଅପ୍ରତିଦ୍ୱନ୍ଦୀ ରହିବ। କ୍ଷମତାକୁ ଫେରିବ ବୋଲି ବିଜେପି ଯେଉଁ ଆଶା ରଖିଛି ତାହା ପୂରଣ ହେବ ନାହିଁ।

ଆସନ୍ତାବର୍ଷ ବିହାର ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ବିହାରରେ ଜେଡିୟୁ ସହିତ ମେଣ୍ଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ। ହେଲେ ଜେଡିୟୁ ଉପସଭାପତି ପ୍ରଶାନ୍ତ କିଶୋରଙ୍କ ମନ୍ତବ୍ୟ ବିଜେପିର ମୁଣ୍ଡ ବିନ୍ଧାର କାରଣ ସାଜିଛି।

ସୂଚନାଯୋଗ୍ୟ, ଶାହଙ୍କ ପୂର୍ବରୁ ଦଳର ସଭାପତି ଥିଲେ ରାଜନାଥ ସିଂହ। ୨୦୧୪ ମସିହାରେ ଦଳ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି କ୍ଷମତା ଗାଦିରେ ବସିଥିଲା।

Related story