ଚଣ୍ଡିଗଡ଼ ପୌର ନିର୍ବାଚନରେ ବିଜେପିର ବିଜୟ ହାସଲ

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପୌର ନିର୍ବାଚନର ୨୬ଟି ଅସନରୁ ୨୪ଟି ଆସନର ଫଳାଫଳ ଘୋଷଣା ହୋଇଯାଇଛି। ଘୋଷଣା କରାଯାଇଥିବା ଏହି ୨୪ଟି ଆସନରୁ ୧୯ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ବାକି ୫ଟି ସିଟ୍‌ରୁ ୪ଟି କଂଗ୍ରେସ ଏବଂ ଗୋଟିଏ ଅକାଳୀ ଦଳ ବିଜୟ ହାସଲ କରିଛନ୍ତି। ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜେପିର ବିପୁଳ ବିଜୟକୁ ନେଇ ଚଣ୍ଡୀଗଡ଼ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ବିମୁଦ୍ରାକରଣ ପରେ ହୋଇଥିବା ଏହି ନିର୍ବାଚନରେ ବିଜେପିର ବିଜୟ […]

bjp-flag

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 05:50 PM IST

ଚଣ୍ଡିଗଡ଼: ଚଣ୍ଡିଗଡ଼ର ପୌର ନିର୍ବାଚନର ୨୬ଟି ଅସନରୁ ୨୪ଟି ଆସନର ଫଳାଫଳ ଘୋଷଣା ହୋଇଯାଇଛି। ଘୋଷଣା କରାଯାଇଥିବା ଏହି ୨୪ଟି ଆସନରୁ ୧୯ଟି ଆସନରେ ବିଜେପି ପ୍ରାର୍ଥୀ ବିଜୟ ହାସଲ କରିଛନ୍ତି। ବାକି ୫ଟି ସିଟ୍‌ରୁ ୪ଟି କଂଗ୍ରେସ ଏବଂ ଗୋଟିଏ ଅକାଳୀ ଦଳ ବିଜୟ ହାସଲ କରିଛନ୍ତି।

ବିଜେପି ଅଧ୍ୟକ୍ଷ ଅମିତ ଶାହା ବିଜେପିର ବିପୁଳ ବିଜୟକୁ ନେଇ ଚଣ୍ଡୀଗଡ଼ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦେଶରେ ବିମୁଦ୍ରାକରଣ ପରେ ହୋଇଥିବା ଏହି ନିର୍ବାଚନରେ ବିଜେପିର ବିଜୟ ଏହା ଜଣାଉଛି ଯେ, ଦେଶର ଜନତା ସରକାରଙ୍କ ସହ ଅଛନ୍ତି ଓ ବିମୁଦ୍ରାକରଣ ନିଷ୍ପତ୍ତିକୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।

ସାଂସଦ କିରଣ ଖେର ବିଜେପିର ବିଜୟ ନେଇ ଚଣ୍ଡିଗଡ଼ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କହିଛନ୍ତି ମୋଦି ସରକାରଙ୍କ ଯୋଜନା ଫଳପ୍ରଦ ହେବାର ଏହା ହେଉଛି ପ୍ରମାଣ।

Related story