ରେଳ ଟିକେଟ ବୁକିଂ ପରେ ବି ବଦଳେଇ ପାରିବେ ବୋର୍ଡ଼ିଂ ଷ୍ଟେସନ, ଘରେ ବସି କେମିତି କରିବେ ଜାଣନ୍ତୁ  

ନୂଆଦିଲ୍ଲୀ: ରେଳ ଟିକେଟ ବୁକିଂ ହୋଇ ଯାଇଛି। କିନ୍ତୁ ଅନ୍ୟ ଷ୍ଟେସନ୍‌ରୁ ଯିବା ପାଇଁ  ହଠାତ୍‌ ଆବଶ୍ୟକ ପଡ଼ିଲା। ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଇଚ୍ଛା ପୂରଣ ସମ୍ଭବ। ଅର୍ଥାତ ଯଦି ଆପଣ ବୋର୍ଡ଼ିଂ ଷ୍ଟେସନ ବଦଳେଇବା ପାଇଁ ଚାହୁଁଛନ୍ତି ତେବେ ଏହା ଅତି ସହଜରେ ହୋଇଯିବ। ଏଥିପାଇଁ ଆପଣଙ୍କୁ  ଷ୍ଟେସନକୁ ଯିବାକୁ ପଡ଼ିବ ନାହିଁ। ଏହି କାମ ଆପଣ ଘଣେ ବସି ଅନଲାଇନ୍‌ରେ କରିପାରିବେ। IRCTC ୱେବ୍‌ସାଇଟ୍‌କୁ ଯାଇ ଅପ୍ସନ୍‌ ଚୋଜ୍‌ କରି ଏହି […]

train-1

Rakesh Mallick
  • Published: Tuesday, 05 December 2017
  • , Updated: 05 December 2017, 05:47 PM IST

ନୂଆଦିଲ୍ଲୀ: ରେଳ ଟିକେଟ ବୁକିଂ ହୋଇ ଯାଇଛି। କିନ୍ତୁ ଅନ୍ୟ ଷ୍ଟେସନ୍‌ରୁ ଯିବା ପାଇଁ  ହଠାତ୍‌ ଆବଶ୍ୟକ ପଡ଼ିଲା। ତେବେ ଚିନ୍ତା କରନ୍ତୁ ନାହିଁ। ଆପଣଙ୍କ ଇଚ୍ଛା ପୂରଣ ସମ୍ଭବ। ଅର୍ଥାତ ଯଦି ଆପଣ ବୋର୍ଡ଼ିଂ ଷ୍ଟେସନ ବଦଳେଇବା ପାଇଁ ଚାହୁଁଛନ୍ତି ତେବେ ଏହା ଅତି ସହଜରେ ହୋଇଯିବ। ଏଥିପାଇଁ ଆପଣଙ୍କୁ  ଷ୍ଟେସନକୁ ଯିବାକୁ ପଡ଼ିବ ନାହିଁ। ଏହି କାମ ଆପଣ ଘଣେ ବସି ଅନଲାଇନ୍‌ରେ କରିପାରିବେ। IRCTC ୱେବ୍‌ସାଇଟ୍‌କୁ ଯାଇ ଅପ୍ସନ୍‌ ଚୋଜ୍‌ କରି ଏହି କାମ କରିପାରିବେ।   କିନ୍ତୁ କେତୋଟି ଜିନିଶ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯଦି ଆପଣ ସେଥି ପ୍ରତି ସତର୍କ ନ ହୁଅନ୍ତି ପରିଣାମ ସୂରୁପ ଆପଣ କ୍ଷତିରେ  ପଡ଼ିପାରନ୍ତି।

ତେବେ ଜାଣନ୍ତୁ କିପରି ବୋର୍ଡ଼ିଂ ଷ୍ଟେସନକୁ ଘରେ ଥାଇ ବଦଳେଇବେ। ତା’ସହ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ।  ଭାରରତୀୟ  ରେଲୱେ ମୁତାବକ ଯଦି ଆପଣ ବୋର୍ଡ଼ିଂ ଷ୍ଟେସନ ବଦଳେଇବା ପାଇଁ ଚାହୁଁଛନ୍ତି ତେବେ ଏହି କାମ ପାଇଁ ଆପଣଙ୍କୁ ଟ୍ରେନ୍‌ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ଅନ୍‌ଲାଇନ୍‌ରେ ଏହି କାମ କରିବାକୁ ପଡ଼ିବ। ଯଦି ଥରେ  ଆପଣ ବୋର୍ଡ଼ିଂ ଷ୍ଟେସନ ବଦଳେଇ ଦେଲେ ତା’ପରେ ଆପଣ ପୂର୍ବ ଷ୍ଟେସନରୁ ଆଉ ଯାତ୍ରା କରିପାରିବେ ନାହିଁ। ଆଉ ଯଦି ଏମିତି ଭୁଲ୍‌ କରୁଛନ୍ତି ତେବେ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ।  ଏହା ବ୍ୟତୀତ ଆପଣ କେବଳ ଥରେ ମାତ୍ର ବୋର୍ଡ଼ିଂ ଷ୍ଟେସନକୁ ବଦଳେଇ ପାରିବେ। ଏହାକୁ ବାରମ୍ବାର ପରିବର୍ତ୍ତନ କରିବା ଅସମ୍ଭବ। ଯଦି ଆପଣ ଇ-ଟିକେଟ ନେଇଛନ୍ତି ତେବେ ଆପଣ ଏହାକୁ ଅନ୍‌ଲାନ୍‌ ବୋର୍ଡ଼ିଂ  ପଏଣ୍ଟରେ ବଦଳେଇ ପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ IRCTC ୱେବ୍‌ ସାଇଟ୍‌କୁ ଯିବାକୁ ପଡ଼ିବ।  ଆଉ ସେଠି ଆପଣ ବୋର୍ଡ଼ିଂ ଅପ୍ସନ୍‌ ପରିବର୍ତ୍ତନ କରିପାରିବେ।

Related story