ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ଚେନାବ ନଦୀ ଉପରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ଉଚ୍ଚତମ ରେଳ ପୋଲ। ନିର୍ମାଣ କାର୍ଯ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି । ବିଶ୍ୱର ସବୁଠାରୁ ଉଚ୍ଚ ରେଲୱେ ବ୍ରିଜର ମାନ୍ୟତା ପାଇବାକୁ ଯାଉଛି ଏହି ପ୍ରକଳ୍ପ । ଯାହାର ଉଚ୍ଚତା ଏଫିଲ ଟାଓ୍ବାରଠାରୁ ପ୍ରାୟ ୩୫ ମିଟର ଅଧିକ। ୧୧୦୦କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଥିବା ଏହି ଅର୍ଦ୍ଧଚନ୍ଦ୍ରାକାର ପୋଲରେ ପ୍ରାୟ ୨୪,୦୦୦ ଟନ୍ ଇସ୍ପାତ ବ୍ୟବହାର କରାଯାଇଛି। ଏହା ନଦୀଠାରୁ ୩୫୯ ମିଟର ଉଚ୍ଚତାରେ ନିର୍ମାଣ କରାଯାଇଛି। ଘଣ୍ଟାପ୍ରତି ୨୬୦କିଲୋମିଟର ବେଗରେ ବହୁଥିବା ପବନକୁ ଏହା ସମ୍ଭାଳି ପାରିବ ବୋଲି କୁହାଯାଉଛି। ଏହାର ଲମ୍ବ ୧.୩୧୫ । ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅର୍ଥାତ୍ ୨୦୦୨ ମସିହାରେ ଏହାର ନିର୍ମଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ୨୦୦୮ରେ ଏହାର ନିର୍ମାଣକୁ ବନ୍ଦ କରି ଦିଆଯାଇଥିଲା। ପୁଣିଥରେ ୨୦୧୦ରେ ଏହାର ନିର୍ମାଣ କାମ ଆରମ୍ଭ କରାଯାଇ ଏବେ ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।