ସ୍ତ୍ରୀକୁ ହତ୍ୟା କରି ଡମ୍ପୟାର୍ଡରେ ଫୋପାଡ଼ି ଦେଇଥିଲେ, ଟାଟୁ ଧରାଇଦେଲା

ଚେନ୍ନାଇ: ଚେନ୍ନାଇର ଜଣେ ଫିଲ୍ମମେକର ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଡମ୍ପୟାର୍ଡରେ ଫୋପାଡ଼ି ଦେଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଏକ ଡମ୍ପୟାର୍ଡରୁ ଉଦ୍ଧାର କରାଯିବା ପରେ ପୁଲିସ ତଦନ୍ତ ଚାଲୁ ରଖିଥିଲା। ଆଉ ଏହି ଫିଲ୍ମମେକର ବାଲକ୍ରିଷ୍ଣନ୍‌ ଗିରଫ ହୋଇଥିଲା ମହିଳାଙ୍କ ଟାଟୁ କାରଣରୁ। ମହିଳାଙ୍କ ଗୋଡ଼ରେ ଥିବା ଦୁଇଟି ଟାଟୁରୁ ମିଳିଥିବା ସୁରାକ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଏହି ମହିଳା […]

tattoo

Subrat Kumar Nayak
  • Published: Thursday, 07 February 2019
  • , Updated: 07 February 2019, 11:30 AM IST

ଚେନ୍ନାଇ: ଚେନ୍ନାଇର ଜଣେ ଫିଲ୍ମମେକର ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ଡମ୍ପୟାର୍ଡରେ ଫୋପାଡ଼ି ଦେଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଗତ ମାସରେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଏକ ଡମ୍ପୟାର୍ଡରୁ ଉଦ୍ଧାର କରାଯିବା ପରେ ପୁଲିସ ତଦନ୍ତ ଚାଲୁ ରଖିଥିଲା।

ଆଉ ଏହି ଫିଲ୍ମମେକର ବାଲକ୍ରିଷ୍ଣନ୍‌ ଗିରଫ ହୋଇଥିଲା ମହିଳାଙ୍କ ଟାଟୁ କାରଣରୁ। ମହିଳାଙ୍କ ଗୋଡ଼ରେ ଥିବା ଦୁଇଟି ଟାଟୁରୁ ମିଳିଥିବା ସୁରାକ ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରି ଜାଣିବାକୁ ପାଇଥିଲା ଏହି ମହିଳା ଆଉ କେହି ନୁହନ୍ତି, ସେହିଁ ବାଲକ୍ରିଷ୍ଣନ୍‌ଙ୍କ ପତ୍ନୀ ସନ୍ଧ୍ୟା।

ଗତ ଜାନୁଆରୀ ୧୯ ତାରିଖରେ ବାଲକ୍ରିଷ୍ଣନ୍‌ ଏହି ହତ୍ୟା କରି ତା’ ପର ଦିନ ଖଣ୍ଡ ଖଣ୍ଡ କରିଥିଲା ଏବଂ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ଡମ୍ପୟାର୍ଡରେ ପକାଇଦେଇଥିଲା। ତେବେ ପୁଲିସ୍ ମୃତଦେହର ଦୁଇ ଗୋଡ଼ରେ ଯଥାକ୍ରମେ ଶିବ ପାର୍ବତୀ ଏବଂ ଡ୍ରାଗନ୍‌ ଟାଟୁ ଦେଖିବାକୁ ପାଇଥିଲା। ଏହା ବ୍ୟତୀତ ଏକ ଚୁଡ଼ି ମଧ୍ୟ ମିଳିଥିଲା ଯାହାକି ଅନ୍ୟତମ ସୁରାକ ଥିଲା।

ପୁଲିସ ଟାଟୁ ଏବଂ ଚୁନିର ଫଟୋ ଦେଖାଇବାପରେ ସନ୍ଧ୍ୟାଙ୍କ ମା’ ଚିହ୍ନିଯାଇଥିଲେ। ଏହାପୂର୍ବରୁ ବାଲକ୍ରିଷ୍ଣନ୍‌ କହି ଆସୁଥିଲେ ସନ୍ଧ୍ୟା ଥୁଟୁକୁଡ଼ି ଫେରିଯାଇଛନ୍ତି ଏବଂ ଫୋନ୍‌ ଲାଗୁନି।

ପୁଲିସ୍‌ ତୁରନ୍ତ ବାଲକ୍ରିଷ୍ଣନ୍‌ଙ୍କୁ ଧରିଥିଲା ଏବଂ ଜେରା ପରେ ସେ ପୁଲିସ୍‌କୁ କହିଥିଲା, ଫିଲ୍ମ ଲାଇନରେ ସଂଘର୍ଷ କରୁଥିବା ସନ୍ଧ୍ୟାଙ୍କ ଚରିତ୍ରରେ ସନ୍ଦେହ କରି ସେ ଏହି ହତ୍ୟା କରିଛନ୍ତି।

Related story