ଛତିଶଗଡ଼ରେ ହୋଇଛି ୩୬ ହଜାର କୋଟିର ଚାଉଳ ସ୍କାମ୍, ଅର୍ଥ ଯାଇଛି ନାଗପୁର: ମାକେନ୍

ନୂଆଦିଲ୍ଲୀ: ବିଜେପିକୁ ଘେରିବାକୁ କଂଗ୍ରେସ ପାଇ ଯାଇଛି ଆଉ ଏକ ପ୍ରସଙ୍ଗ। ପ୍ରସଙ୍ଗଟି ପୁଣି ଦୁର୍ନୀତିକୁ ନେଇ। ଦଳ ଅଭିଯୋଗ କରିଛି ଯେ ଛତିଶଗଡ଼ରେ ବିଜେପି ଶାସନକାଳରେ ୩୬ ହଜାର କୋଟି ଟଙ୍କାର ଚାଉଳ ସ୍କାମ ହୋଇଛି। ଆଜି ଏ ସଂପର୍କରେ ସୂଚନା ଦେଇ କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ ଏହି ଦୁର୍ନୀତି ନେଇ ପକ୍କା ପ୍ରମାଣ ରହିଛି। ଏକ ଡାଏରୀ ମିଳିଛି। ଏହି ଡାଏରୀରେ ଏହି ପୂରା ସ୍କାମର ବିବରଣୀ ରହିଛି। ଏଥିରେ […]

ajaymaken

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 11:35 AM IST

ନୂଆଦିଲ୍ଲୀ: ବିଜେପିକୁ ଘେରିବାକୁ କଂଗ୍ରେସ ପାଇ ଯାଇଛି ଆଉ ଏକ ପ୍ରସଙ୍ଗ। ପ୍ରସଙ୍ଗଟି ପୁଣି ଦୁର୍ନୀତିକୁ ନେଇ। ଦଳ ଅଭିଯୋଗ କରିଛି ଯେ ଛତିଶଗଡ଼ରେ ବିଜେପି ଶାସନକାଳରେ ୩୬ ହଜାର କୋଟି ଟଙ୍କାର ଚାଉଳ ସ୍କାମ ହୋଇଛି। ଆଜି ଏ ସଂପର୍କରେ ସୂଚନା ଦେଇ କଂଗ୍ରେସ ନେତା ଅଜୟ ମାକେନ କହିଛନ୍ତି ଯେ ଏହି ଦୁର୍ନୀତି ନେଇ ପକ୍କା ପ୍ରମାଣ ରହିଛି। ଏକ ଡାଏରୀ ମିଳିଛି। ଏହି ଡାଏରୀରେ ଏହି ପୂରା ସ୍କାମର ବିବରଣୀ ରହିଛି। ଏଥିରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ନାମ ରହିଛି। ରମଣ ସିଂହଙ୍କ ସହିତ ତାଙ୍କ ପତ୍ନୀ, ଝିଅ ଓ ଶାଳୀଙ୍କ ନାମ ରହିଛି। ଏପରିକି ତାଙ୍କର ଜଣେ ରୋଷୟା ମଧ୍ୟ ଏହି ସ୍କାମରେ ସମ୍ପୃକ୍ତ ଥିବା ନେଇ ଉକ୍ତ ଡାଏରୀରେ ଉଲ୍ଲେଖ ରହିଛି। ସେମାନଙ୍କ ନାମରେ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ପୋଲିସ୍ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ଦୁର୍ନୀତି ନିର୍ବାରଣ ବିଭାଗ ପକ୍ଷରୁ କରାଯାଇଥିବା ତଦନ୍ତରୁ ମଧ୍ୟ ସ୍ପଷ୍ଟ ହୋଇସାରିଛି ଯେ ରମଣ ସିଂହ ଓ ତାଙ୍କ ପତ୍ନୀ ଏଥିରେ ସାମିଲ ଅଛନ୍ତି। ଏହା ସହିତ ମାକେନ ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏହା ଦ୍ୱାରା ଏହି ସ୍କାମର ତଦନ୍ତ ନିରପେକ୍ଷ ଭାବେ ହୋଇପାରିବ। ତା’ସହିତ ଏହି ସ୍କାମ ନେଇ ସୁପ୍ରିମକୋର୍ଟ ଏକ ଏସଆଇଟି ଗଠନ କରିବା କଥା ବୋଲି ସେ ଦାବି କରିଛନ୍ତି।

ଏହି ସ୍କାମ ପ୍ରସଙ୍ଗରେ ମାକେନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଛତିଶଗଡ଼ରେ ହୋଇଥିବା ଏହି ଚାଉଳ ଘୋଟାଲାର ଟଙ୍କା ଦିଲ୍ଲୀ, ନାଗପୁର ଓ ଲକ୍ଷ୍ନୌକୁ ମଧ୍ୟ ଯାଇଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରର ନାଗପୁରରେ ଆରଏସଏସର ମୁଖ୍ୟ କାର୍ଯ୍ୟାଳୟ।

ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି ବୋଲି ମାକେନ ଅଭଯୋଗ କରିଛନ୍ତି।

ମଧ୍ୟପ୍ରଦେଶରେ ମେଡିକାଲ୍ କଲେଜରେ ନାମ ଲେଖା ନେଇ ଦୁର୍ନୀତି ଘଟଣା ସମେସ୍ତ ଜାଣିଥିବା ବେଳେ ମହାରାଷ୍ଟ୍ର ଓ ରାଜସ୍ଥାନରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ସେ ଅଭିଯୋଗ କରିଛନ୍ତି।

Related story