ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଗଣ୍ଡପାଲି ଜଙ୍ଗଲରେ ଗତକାଲି ରାତିରେ ପୋଲିସ୍ ଗୁଳିରେ ୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି। ଘଟଣାସ୍ଥଳରୁ ୫ଟି ବନ୍ଧୁକ ଓ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି। ଗଣ୍ଡପାଲି ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ଗତକାଲି ଦନ୍ତେୱାଡା ଡିଆର୍‌ଜି, ସିଆର୍‌ପିଏଫ୍‌, ଏସ୍‌ଟିଏଫ୍‌ ଓ ସୁକ୍‌ମା ଡିଆର୍‌ଜି ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୋଲିସ୍‌ର ଉପସ୍ଥିତି […]

encounter

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 09:00 AM IST

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲା ଗଣ୍ଡପାଲି ଜଙ୍ଗଲରେ ଗତକାଲି ରାତିରେ ପୋଲିସ୍ ଗୁଳିରେ ୬ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ମଧ୍ୟ ରହିଛନ୍ତି। ଘଟଣାସ୍ଥଳରୁ ୫ଟି ବନ୍ଧୁକ ଓ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି।

ଗଣ୍ଡପାଲି ଜଙ୍ଗଲରେ ମାଓ ଶିବିର ଚାଲିଥିବା ଖବର ପାଇ ଗତକାଲି ଦନ୍ତେୱାଡା ଡିଆର୍‌ଜି, ସିଆର୍‌ପିଏଫ୍‌, ଏସ୍‌ଟିଏଫ୍‌ ଓ ସୁକ୍‌ମା ଡିଆର୍‌ଜି ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା। ପୋଲିସ୍‌ର ଉପସ୍ଥିତି ଜାଣିପାରି ମାଓବାଦୀମାନେ ଗୁଳି ଚଳାଇଥିଲା। ପୋଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ପ୍ରାୟ ଅଧାଘଣ୍ଟା ଧରି ଦୁଇ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ଗତ ମାସରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡ଼ିଶା ପୋଲିସ୍‌ର ମିଳିତ ଅପରେସନ୍‌ରେ ୩୦ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା।

Related story