ଛତିଶଗଡ଼ରେ ମାଓବାଦୀଙ୍କୁ ପାଲଟା ଆକ୍ରମଣ କରିବ ବାୟୁସେନାର ଏମଆଇ ୧୭ ବିମାନ

ରାଇପୁର: ଛତିଶଗଡ଼ରେ ମାଓ ଆକ୍ରମଣବେଳେ ଆକାଶ ମାର୍ଗରୁ ବାୟୁସେନାର ଏମଆଇ-୧୭ ବିମାନ ଦ୍ୱାରା ପାଲଟା ଆକ୍ରମଣ କରାଯିବାକୁ ଯୋଜନା କରାଯାଇଛି । ଏଣିକି ମାଓ ଆକ୍ରମଣବେଳେ ସୁରକ୍ଷା ବାହିନୀ ପକ୍ଷରୁ ଆକାଶ ମାର୍ଗରୁ ପାଲଟା ଆକ୍ରମଣ କରାଯିବ। ଛତିଶଗଡ଼ରେ ମାଓ ବିରୋଧୀ ଅପରେସନର ଏଡିଜି ଆର.କେ. ଭିଜ୍ ଏହି ସୂଚନା ଦେଇ କହିଛନ୍ତି ପୂର୍ବରୁ ମାଓବାଦୀଙ୍କ ଉପରେ ବାୟୁସେନା ଆକାଶମାର୍ଗରୁ ପ୍ରତି ଆକ୍ରମଣ କରୁ ନ ଥିଲା। ଫଳରେ ମାଓ ହମଲା ପରେ ଯବାନଙ୍କୁ ଉଦ୍ଧାର ଓ […]

mi-17

Rakesh Mallick
  • Published: Thursday, 22 October 2015
  • , Updated: 22 October 2015, 10:04 AM IST

ରାଇପୁର: ଛତିଶଗଡ଼ରେ ମାଓ ଆକ୍ରମଣବେଳେ ଆକାଶ ମାର୍ଗରୁ ବାୟୁସେନାର ଏମଆଇ-୧୭ ବିମାନ ଦ୍ୱାରା ପାଲଟା ଆକ୍ରମଣ କରାଯିବାକୁ ଯୋଜନା କରାଯାଇଛି । ଏଣିକି ମାଓ ଆକ୍ରମଣବେଳେ ସୁରକ୍ଷା ବାହିନୀ ପକ୍ଷରୁ ଆକାଶ ମାର୍ଗରୁ ପାଲଟା ଆକ୍ରମଣ କରାଯିବ। ଛତିଶଗଡ଼ରେ ମାଓ ବିରୋଧୀ ଅପରେସନର ଏଡିଜି ଆର.କେ. ଭିଜ୍ ଏହି ସୂଚନା ଦେଇ କହିଛନ୍ତି ପୂର୍ବରୁ ମାଓବାଦୀଙ୍କ ଉପରେ ବାୟୁସେନା ଆକାଶମାର୍ଗରୁ ପ୍ରତି ଆକ୍ରମଣ କରୁ ନ ଥିଲା। ଫଳରେ ମାଓ ହମଲା ପରେ ଯବାନଙ୍କୁ ଉଦ୍ଧାର ଓ ସୁରକ୍ଷା କର୍ମୀଙ୍କ କ୍ୟାମ୍ପକୁ ରାସନ ଯୋଗାଣବେଳେ ମାଓବାଦୀମାନେ ବିମାନ ଉପରକୁ ଫାୟରିଂ କରୁଥିଲେ। ଏଥିପାଇଁ ସୁରକ୍ଷା ବାହିନୀକୁ ବହୁମୂଲ୍ୟ ଦେବାକୁ ପଡୁଥିଲା। ବର୍ତ୍ତମାନ ମାଓ ଆକ୍ରମଣବେଳେ ବିମାନ ଆକ୍ରମଣ ପାଇଁ ଏମଆଇ-୧୭କୁ ବ୍ୟବହାର କରାଯିବ। ତେବେ ଏମ୍ଆଇ-୧୭ ଆକ୍ରମଣ ପାଇଁ ନୁହେଁ କେବଳ ଆତ୍ମରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ଏଡିଜି ଭିଜ ସୂଚନା ଦେଇଛନ୍ତି। ବସ୍ତର ଜିଲ୍ଲାରେ ଏବେ ମାଓ ବିରୋଧୀ ଅପରେସନ ପାଇଁ ବାୟୁସେନାର ୪ଟି ବିମାନ ବ୍ୟବହାର କରାଯାଉଛି। ତେବେ ଏମଆଇ-୧୭ ଜରିଆରେ ଆକାଶମାର୍ଗରୁ ପ୍ରତି ଆକ୍ରମଣ ହେଲେ ଯବାନମାନଙ୍କ ମନୋବଳ ବୃଦ୍ଧି ପାଇବ ବୋଲି କୁହାଯାଇଛି।

Related story