ଇମ୍ରାନ୍‌ଙ୍କ ‘ଛାୟା ଶବ ଶୋଭାଯାତ୍ରା’ ଆୟୋଜନ କଲା ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ

ରାୟପୁର: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ଫାଇଦା ଦେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନ ବାଜି ଏବଂ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଧମକକୁ ସାରା ଭାରତରେ ବିରୋଧ କରାଯାଉଛି। ଏହି କ୍ରମରେ ଛତିଶଗଡ଼ରେ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଇମ୍ରାନ୍‌ଙ୍କର ଛାୟା ଶବ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇମ୍ରାନ୍‌ ଖାନ୍‌ଙ୍କୁ ବିରୋଧ କରିବା ସହ ତାଙ୍କର ପ୍ରତିକୃତି ପୋଡ଼ିଥିଲେ। ସେମାନେ ପାକିସ୍ତାନ ବିରୋଧୀ ଏବଂ ଇମ୍ରାନ୍‌ ଖାନ୍‌ […]

imran

Subrat Kumar Nayak
  • Published: Thursday, 29 August 2019
  • , Updated: 29 August 2019, 04:32 PM IST

ରାୟପୁର: ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ଫାଇଦା ଦେଉଥିବା ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବୟାନ ବାଜି ଏବଂ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାର ଧମକକୁ ସାରା ଭାରତରେ ବିରୋଧ କରାଯାଉଛି। ଏହି କ୍ରମରେ ଛତିଶଗଡ଼ରେ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ପକ୍ଷରୁ ଇମ୍ରାନ୍‌ଙ୍କର ଛାୟା ଶବ ଶୋଭାଯାତ୍ରା ଆୟୋଜନ କରାଯାଇଛି।

ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ଇମ୍ରାନ୍‌ ଖାନ୍‌ଙ୍କୁ ବିରୋଧ କରିବା ସହ ତାଙ୍କର ପ୍ରତିକୃତି ପୋଡ଼ିଥିଲେ। ସେମାନେ ପାକିସ୍ତାନ ବିରୋଧୀ ଏବଂ ଇମ୍ରାନ୍‌ ଖାନ୍‌ ବିରୋଧୀ ସ୍ଲୋଗାନ୍‌ ଦେବା ସହ ଭାରତ ମାତାଙ୍କ ଜୟ ଜୟକାର କରିଥିଲେ। ଏହି ବିକ୍ଷୋଭକାରୀମାନେ ସରକାରଙ୍କ ନିଷ୍ପତ୍ତି ସହ ପୂର୍ଣ୍ଣ ସହମତ ବୋଲି କହିଥିଲେ।

ଏହି ବିରୋଧର ଜଣେ ସମର୍ଥକ କହିଥିଲେ, ସାରା ଦେଶର ମୁସଲିମ୍‌ ଏହି ସ୍ଥିତିରେ ରାଷ୍ଟ୍ର ସହିତ ଅଛନ୍ତି। ପାକିସ୍ତାନରୁ ଗୋଟିଏ ଗୁଳି ଆସିଲେ ଆମେ ଛାତି ଦେଖାଇବାକୁ ପ୍ରସ୍ତୁତ ଅଛୁ। ଅନ୍ୟପକ୍ଷରେ ଏହି ମଞ୍ଚର ସହ ଆବାହକ ସଲିମ୍‌ ରାମ୍‌ କହିଥିଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଧର୍ମ ଆଧାରରେ ଆମକୁ ବାଣ୍ଟିବାକୁ ଚାହୁଁଛନ୍ତି। ଇମ୍ରାନ୍‌ ନିଜେ ସଚ୍ଚା ମୁସଲିମ୍‌ ନୁହନ୍ତି। ତାଙ୍କର ୫ଟି ସ୍ତ୍ରୀ ଅଛନ୍ତି ଏବଂ ସେ ମଦ୍ୟପାନ କରନ୍ତି।

Related story