ଦାନ୍ତେୱାଡ଼ାରେ ଗାଡ଼ି ଜାଳିଦେଲେ ନକ୍ସଲ

ରାୟପୁର: ଛତିଶଗଡ଼ ଦାନ୍ତେୱାଡ଼ାରେ ନ୍ୟାସନାଲ ମିନେରାଲ ଡେଭଲେପମେଣ୍ଟ କର୍ପୋରେସନ୍‌ (ଏନ୍‌ଏମ୍‌ଡିସି)କୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ସେଠାରେ କମ୍ପାନୀର ଗାଡ଼ି ଏବଂ ମେସିନ୍‌ ଜାଳିଦେଇଛନ୍ତି। ସକାଳ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ବୈଲାଡିଲା ପାହାଡ଼ରେ ଥିବା କିରାନ୍ଦୁଲ ଖଣି ଅଞ୍ଚଳରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ନକ୍ସଲମାନେ ୬ଟି ଡମ୍ଫର ଏବଂ ୩ଟି ଏସ୍କାଭେଟର ଜାଳିଦେଇଥିଲେ। ଏହି ବିଷୟରେ ସୂଚନା ପାଇ ସିଆଏସ୍‌ଏଫ୍‌ ବାହିନୀ ଏବଂ ପୁଲିସ୍‌ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ନକ୍ସଲ ଛତ୍ରଭଙ୍ଗ […]

naxals-1

Subrat Kumar Nayak
  • Published: Sunday, 24 November 2019
  • , Updated: 24 November 2019, 06:57 PM IST

ରାୟପୁର: ଛତିଶଗଡ଼ ଦାନ୍ତେୱାଡ଼ାରେ ନ୍ୟାସନାଲ ମିନେରାଲ ଡେଭଲେପମେଣ୍ଟ କର୍ପୋରେସନ୍‌ (ଏନ୍‌ଏମ୍‌ଡିସି)କୁ ଟାର୍ଗେଟ୍‌ କରିଛନ୍ତି ନକ୍ସଲ। ସେଠାରେ କମ୍ପାନୀର ଗାଡ଼ି ଏବଂ ମେସିନ୍‌ ଜାଳିଦେଇଛନ୍ତି।

ସକାଳ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ବୈଲାଡିଲା ପାହାଡ଼ରେ ଥିବା କିରାନ୍ଦୁଲ ଖଣି ଅଞ୍ଚଳରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ। ନକ୍ସଲମାନେ ୬ଟି ଡମ୍ଫର ଏବଂ ୩ଟି ଏସ୍କାଭେଟର ଜାଳିଦେଇଥିଲେ।

ଏହି ବିଷୟରେ ସୂଚନା ପାଇ ସିଆଏସ୍‌ଏଫ୍‌ ବାହିନୀ ଏବଂ ପୁଲିସ୍‌ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହା ପରେ ନକ୍ସଲ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ।

ଜଣେ ପୁଲିସ୍‌ ଅଧିକାରୀ କହିବା ଅନୁଯାୟୀ, “ପ୍ଲାଣ୍ଟ ନମ୍ବର ୩ର ନିର୍ମାଣରେ ମେସିନ୍‌ ଲାଗିଥିଲା। ଏହି ନକ୍ସଲମାନଙ୍କୁ ଧରିବା ପାଇଁ ବର୍ତ୍ତମାନ କମ୍ବିଂ ଅପରେସନ୍‌ ଜାରି ରହିଛି।” ସୂଚନାଯୋଗ୍ୟ ଯେ, ଏନ୍‌ଏମ୍‌ଡିସିକୁ ପୂର୍ବରୁ ମଧ୍ୟ ନକ୍ସଲ ଟାର୍ଗେଟ୍‌ କରିଛନ୍ତି।

Related story